ଭୁବନେଶ୍ୱର, ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା । ଏହା ପୂର୍ବରୁ ଗୁରୁବାର ଦିନ ପୋଲିସ୍ ଡ଼ିଜି ସୁନୀଲ କୁମାର ବଂଶଲ , ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ , ଡିସିପି ପ୍ରତୀକ ସିଂହ ଏବଂ ବରିଷ୍ଠ ଅଧିକାରୀ ମାନେ ବିଧାନସଭା ପରିସରରେ ସୁରକ୍ଷା ସ୍ଥିତି ଯାଂଚ କରିଛନ୍ତି । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ୱାବଧନରେ ରହିବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଲାଗି ୩୦ ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭାଇଜ କରିବେ ।୧୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ମୁତୟନ କରାଯାଇଛି ।ଭୁବନେଶ୍ୱର ଡିସିପିଙ୍କ ତତ୍ୱାବଧାନରେ ୬ ଅତିରିକ୍ତ ଡିସିପି,୧୯ ଜଣ ଏସିପି, ୨୦ ଇନିସ୍ପେକ୍ଟର, ୭୫ ଜଣ ଏସଆଇ, ରୁଫ ଟପ ସୁରକ୍ଷା ସହ ସିସିଟିଭିର କଡ଼ା ନଜରରେ ବିଧାନସଭା । ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ ୫ ଟି କେଂଟ୍ରାଲ ରୁମ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବେ ।