ଭୁବନେଶ୍ୱର,ବହିଷ୍କାର ପରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା କହିଛନ୍ତି ମୁଁ କିଛି ଜାଣିନି, କୌଣସି ସ୍କାମରେ ନାହିଁ । ମୋତେ ବହିଷ୍କାରର କାରଣ ଜଣାନାହିଁ, ମୁଁ ମୋ ଦାୟିତ୍ୱ ତୁଲାଉଛି ।
ଗଣମାଧ୍ୟମକୁ ସେ କହଛନ୍ତି ଯେ ମୁଁ ମୋ କାମ ସୁଚାରୁ ରୁପେ କରୁଛି । ରେମୁଣା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ୱାର୍ଥ ପାଇଁ ଓ ବିକାଶ ପାଇଁ ମୁଁ ରାଜନୀତିକୁ ଆସିଥିଲି । ସାଢେ ୪ ବର୍ଷର କାର୍ଯ୍ୟକାଳ ସରିଲାଣି । ମୁଁ ଲୋକଙ୍କ ସହ ଅଛି । ଲୋକମାନେ ମଧ୍ୟ ମୋ ସହ ଅଛନ୍ତି । ଦଳର ଯେଉଁ ଦାୟିତ୍ୱ ମିଳିଥିଲା ରେମୁଣାରେ ସଂଗଠନ ସୁଦୃଢ କରିବା ପାଇଁ ମୋର ପ୍ରମୁଖ ଭୂମିକା ରହିଛି । ସେହିପରି ସବସିଡି ସ୍କାମ ପ୍ରସଙ୍ଗରେ ସେ କହିଛନ୍ତି ଯେ ମୁଁ କୌଣସି ସ୍କାମ ସହ ନଥିଲି କି ନାହିଁ । ବ୍ୟବସାୟ ଘଟଣା, ମୁଁ ସେଥିରେ ମାଲିକ ନୁହେଁ, ପାର୍ଟନର ଥିଲି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେଇଛନ୍ତି ସେକଥା ସେ ଜାଣିଛନ୍ତି ।