ଭୁବନେଶ୍ୱର, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଏହା ଅଗଣତାନ୍ତ୍ରିକ । ବିଜେଡିରେ ଗଣତନ୍ତ୍ର ନାହିଁ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦଳୀୟ ଶୃଙ୍ଖଳା କମିଟିରେ ନିଷ୍ପତି ନିଆଯାଇଥିଲା କି? କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇନାହିଁ । ଏଭଳି ବହିଷ୍କାର ନିଷ୍ପତି ନିନ୍ଦନୀୟ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ ମିଶ୍ର ।