-
୨୪ ଘଂଟାରେ ରାଜ୍ୟରେ ହାରାହାରି ୨୬.୬ ମି.ମି. ବର୍ଷା ରେକର୍ଡ, ନୂଆପଡା ଜିଲ୍ଲାରେ ସର୍ବାଧିକ ହାରାହାରି ୫୭.୫ ମି.ମି. ବର୍ଷା ରେକର୍ଡ
ଭୁବନେଶ୍ଵର, ଏଯାବତ୍ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୧୮୫.୪ ମି.ମି. ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ବର୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସେପ୍ଟେମ୍ବର ମାସର ବର୍ଷା ୨୩୫.୭ ମି.ମି. ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି ।
ମୌସୁମୀ ସକ୍ରିୟ ସହ ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୨୬.୬ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୮.୮ ମି.ମି. ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି ।
ନୂଆପଡା ଜିଲ୍ଲାରେ ସର୍ବାଧିକ ହାରାହାରି ୫୭.୫ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୭୫୯ ଅଧିକ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।