ଭୁବନେଶ୍ୱର, ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବା ପାଇଁ ନିଜ ଦଳର ସାଂସଦ ମାନଙ୍କୁ ହୁଇପ୍ ଜାରି କରିଛି ବିଜେଡି । ଦଳର ୩ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜରିଆରେ କୁହାଯାଇଛି ।
ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ସଂପର୍କରେ ଆଲୋଚନା ଜାରି ରହିଛି । ମହିଳା ସଂରକ୍ଷଣ ବିଲ୍ ମହିଳାମାନଙ୍କ ପ୍ରତି ସମାନତା ଆଣିବ ବୋଲି ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରି ଉଦ୍ବୋଧନ ଦେବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି ।