କାନାଡା, ଖଲିସ୍ତାନ ବିଚ୍ଛିନ୍ନତାବାଦୀର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ରାଜନୈତିକ ଘମାସାନ ଲାଗିରହିଛି । ଏହାରି ଭିତରେ ଆଉ ଜଣେ ଖଲିସ୍ତାନ ସମର୍ଥକ ଗ୍ୟାଙ୍ଗଷ୍ଟରଙ୍କର ହତ୍ୟା ହୋଇଛି । ଯାହାକି ବିବାଦକୁ ଆହୁରି ତୀବ୍ର କରିଛି । ଖଲିସ୍ତାନ ବିଚ୍ଛିନ୍ନତାବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କୁ ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବିବାଦ ତେଜିଥିଲା ।
ଭାରତୀୟ ତଦନ୍ତ ଏଜେନ୍ସି ଏନଆଇଏର ସୂଚନା ମୁତାବକ ସୁଖଦୁଲ ସିଂହ ଗିଲ୍ ଓରଫ ସୁକ୍ଖା ଦୁନେକେକୁ ହତ୍ୟା କରାଯାଇଛି । ଗ୍ୟାଙ୍ଗୱାରରେ ହୋଇଥିବା ଏହି ହତ୍ୟା ପାଇଁ ଲାରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି ।
ସୂଚନା ମୁତାବକ, କାନାଡାର ମନିତୋବା ପ୍ରାନ୍ତର ୱିନ୍ନିପେଗରେ ସୁକ୍ଖାକୁ ହତ୍ୟା କରାଯାଇଛି । ସୁକ୍ଖା ଉପରେ 15 ରାଉଣ୍ଡ ଗୁଳି ଚଳାଯାଇଛି ଏବଂ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ଜାଲ କାଗଜପତ୍ର ଦେଖାଇ 2017ରେ ଭାରତରୁ ଫେରାର ହୋଇ କାନାଡା ଚାଲିଆସିଥିଲା ସୁକ୍ଖା । ସେ ଖଲିସ୍ତାନର ସମର୍ଥକ ଥିଲା । ଏନଆଇଏ ପକ୍ଷରୁ ଜାରି ହୋଇଥିବା 41 ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟାର ସୂଚୀରେ ସୁକ୍ଖାର ନାଁ ସାମିଲ ଥିଲା । ସେ ଖଲିସ୍ତାନୀ ଆତଙ୍କ-ଗ୍ୟାଙ୍ଗଷ୍ଟାର ଅର୍ଶଦୀପ ସିଂହ ଓରଫ ଅର୍ଶ ଡଲ୍ଲାର ରାଇଟ ହ୍ୟାଣ୍ଡ ଥିଲା । ସେ କାନାଡାରେ ରହି ମଧ୍ୟ ଭାରତରେ ନିଜ ରାକେଟ ଚଳାଇଥିଲା ।