ଜୟପୁର , ମଧୁବୈଶ୍ୟ ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଜୟପୁର ଚନ୍ଦନବାଡ ସାହି ସ୍ଥିତ ରଶିକ ଶିରୋମଣୀ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଛି । ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ । ରଶିକ ଶିରୋମଣୀ ମନ୍ଦିର ପରିସରରେ ଏକ ଗଣେଶ ମନ୍ଦିର ରହିଛି । ମନ୍ଦିର ବିକାଶ ପାଇ ସମାଜ ତରଫରୁ ବିଧାୟକ ବାହିନିପତିଙ୍କୁ ଅନୁରୋଧ କରାଯାଇଥିଲା । ବିଧାୟକ ବାହିନିପତି ମଧ୍ୟ ଗଣେଷ ମନ୍ଦିରର ବିକାଶ ପାଇ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୃୁତି ଦେଇଥିଲେ ।
Related Stories
December 21, 2024