ଧର୍ମଶାଳା,ବିଜୁ ମହିଳା ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲା କମିଟିର ୧୧ ଜଣ ସହ-ସମ୍ପାଦିକାଙ୍କ ନାମ ଘୋଷଣା ହୋଇଛି । ଏନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଡିଜିଟାଲ ମାଧ୍ୟମରେ ସହ-ସମ୍ପାଦିକାଙ୍କ ନାମ ଘୋଷଣା କରିଛନ୍ତି । ଯାଜପୁର ଜିଲାରେ ମୋନାଲିସା ସାହୁ,ତୃପ୍ତି ଦାସ,ସୁଧାଂଶୁବାଳା ସାମଲ,ସବନମ ବିବି,ଝୁନୁ ବାରିକ୍,ସୁଜାତା ନାୟକ,ପ୍ରଣତି ଲେଙ୍କା,ସୁରେଖା ନାୟକ,କଲ୍ୟାଣୀ ମହାରଣା,ବିନୋଦିନୀ ବେହେରା ଓ ଆରତୀ ସେଠୀ ପ୍ରମୁଖ ସହ-ସମ୍ପାଦିକାଭାବେ ନାମ ଘୋଷିତ ହୋଇଛି । ଯାହାକୁ ନେଇ ଯାଜପୁର ଜିଲାରେ ବିଜୁ ମହିଳା ଜନତା ଦଳ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି କ୍ରମରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ସବନମ ବିବିଙ୍କ ନାମ ଘୋଷଣା ହେବା ପରେ ଅଂଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟକ ଓ ବିଜେଡି କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ତାଙ୍କ ନାମ ଘୋଷଣା ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Related Stories
December 21, 2024