ଭୁବନେଶ୍ୱର – ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବଭବନ ଠାରେ ପାଳିତ ହୋଇଯାଇଛି ।
ର୍ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟନାରାୟଣ ଦାଶଙ୍କ ପୌରହିତ୍ୟରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଖାଉଟି ସଚେତନତା ହିଁ ଖାଉଟି ସୁରକ୍ଷା । ପ୍ରତ୍ୟେକ ଖରିଦ ସମୟରେ ସମ୍ପୃକ୍ତ ଦ୍ରବ୍ୟର ଗୁଣବତା , ମାନ , ଓଜନ ଓ ମାପ ପରଖି ନିଅନ୍ତୁ । ଦ୍ରବ୍ୟ ଓ ସେବାରେ କୌଣସି ତ୍ରୁଟି ବା ଅବହେଳା ପରିଲକ୍ଷିତ ହେଲେ ନିଶୁଃଳ୍କ ନମ୍ବର ଡାଏଲ କରନ୍ତୁ ।
ଏହି ଅବସରରେ ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟସ୍ତରୀୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ, ୩୧ ଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ମଂଚ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିÂାନ ଜରିଆରେ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ଉପଭୋକ୍ତାମାନେ ତାର ସୁବିଧା ହାସଲ କରିବା ଉଚିତ୍ ବୋଲି ପରାମର୍ଶର୍ ଦେଇଥିଲେ । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍ନ୍ତଜାତୀୟ ଉପଭୋକ୍ତା ବିଶେଷଜ୍ଞ ବେଜୋନ କୁମାର ମିଶ୍ର, ବିଭାଗୀୟ ଯୁଗ୍ମ ଶାସନ ସଚିବ ଚିତରଂଜନ ପ୍ରଧାନ ଓ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଧଶକ ବିଶ୍ୱଜିତ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।