ଭୁବନେଶ୍ୱର, ଲକ୍ଷ୍ମୀ ବସ୍ ଯୋଜନାକୁ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା ଆଲୋଚନା ନ କଲେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ।
ଲକ୍ଷ୍ମୀ ବସ୍ ଯୋଜନା କାରଣରୁ ଘରୋଇ ବସ୍ ଉପରେ ନିର୍ଭର କରିଥିବା ଲକ୍ଷାଧିକ କର୍ମଚାରୀ ନିଜର ଜୀବିକା ହରାଇବେ । ତେଣୁ ଏହାକୁ ବିରୋଧ କରାଯାଉଛି ବୋଲି ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।