ଭୁବନେଶ୍ୱର, ବାରିପଦା, କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ଏବଂ କୁଡୁମାଲି ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବିରେ କୁଡୁମୀ ସମାଜ ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆ ଯାଇଛି। ଯାହାକୁ ନେଇ ଆଜି ସକାଳୁ ଭଞ୍ଜପୁର ଠାରେ ସଂଗଠନର କର୍ମକର୍ତ୍ତା ମାନେ ରେଳରୋକ କରିଛନ୍ତି।
ସେହିପରି ଯଶୀପୁର ଓ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ଜିଲ୍ଳାର ସମସ୍ତ ତହସିଲଦାର କୁଡୁମି ମାନଙ୍କ ସର୍ଭେ ରିପୋର୍ଟ୍ ଜିଲ୍ଲାପାଳଙ୍କୁ ଦେଇନଥିବାରୁ ତାର ପ୍ରତିବାଦରେ ୧୨ ଘଣ୍ଟିଆ ହରତାଳ।