
ବଲାଙ୍ଗିର ,ପଶ୍ଚିମ ଓଡ଼ିଶା ର ମହାନ ଗଣପର୍ବ ଆଜି ଆଦି ପୂଜ୍ୟ ଗଣନାଥ ଙ୍କ ପୂଜା ପରେ ପରେ ଋଷି ପଞ୍ଚମୀ ତିଥିରେ ପୂର୍ବତନ ପାଟଣା ରାଜ୍ୟ ଆଜିର ବଲାଙ୍ଗିର ଜିଲ୍ଲା ସମେତ ସୁବର୍ଣ୍ଣପୁରରେ ସମଗ୍ର ପୁରପଲ୍ଲୀରେ ନୂଆ ଧାନକୁ କୁ ନେଇ ନୂଆଁଖାଇ ତିହାର ପାଳିତ ହୋଇଯାଇଛି। ଆଜି ସ୍ଥାନୀୟ ଶୈଳସ୍ରୀ ପ୍ୟାଲେସ୍ ରେ ନୁଆଲଗି ହୋଇ ରଜ ପରିବାର ନୂଆଁଖାଇ ପାଳନ କରିଥିଲେ। ପୂର୍ବତନ ମନ୍ତ୍ରୀ ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ କକା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ପୁତ୍ର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କ ଧର୍ମପତ୍ନୀ ଓ କଳିକେଶ ଙ୍କ ଝିଅ ଏକାସାଙ୍ଗରେ ବସି ନୂଆ ଖାଇଥିଲେ। ରାଜ ପୁରୋହିତ ସନ୍ତୋଷ ଦାଶ ପ୍ରଥମେ ଇଷ୍ଟ ଦେବୀ ଦେବୀ ମାନଙ୍କ ପାଖରେ ପୂଜା ଅର୍ଚ୍ଚନା କରି ନୂଆ ଲଗାଇବା ସହିତ ମଣ୍ଡପ ରେ ପରିବାର କୁ ନୁଆଚଉଳ ର ପ୍ରସ୍ତୁତ ଭୋଗ ଦେଇଥିଲେ। ନୂଆ ଖାଇଲା ପରେ ସମସ୍ତେ ଅଞ୍ଚଳ ବାସୀ ଙ୍କ ସୁଖ ସମ୍ବୃଦ୍ଧି କାମନା କରିଛନ୍ତି। ଗତ। କାଲି ସନ୍ଧ୍ୟାରେ କୋଶଳୀ ସାଂସ୍କୃତିକ ସଂଘ ମହା ମନ୍ତ୍ରୀ ରୁଗୁଡ଼ିପଡ଼ା ହିମାଂଶୁ ଶେଖର ପାଢ଼ୀ ଙ୍କ ଘରୁ ପାହୁର ଯାତ୍ରା ବାହାରି ମା ସମଲେଇ ମନ୍ଦିର ରେ ଦେବୀ ମାନଙ୍କ ଲାଗି ସମସ୍ତ ନୁଆ ସାମଗ୍ରୀ ପହଞ୍ଚି ଥିଲା। ଆଜି ସକାଳୁ ନିର୍ଦ୍ଧାରିତ ଲଗ୍ନରେ ମା ସମଲେଇ, ମା ପାଟନେଶ୍ୱରି ମନ୍ଦିର ରେ ନୂଆ ଲାଗି ହୋଇଥିଲା। ସକାଳୁ ନୂଆଧାନ ରେ ପ୍ରସ୍ତୁତଅନ୍ନ ନେଇ ଅନେକ ଭକ୍ତ ନିଜ ନିଜ ଘରେ ପରିବାର ର ମୂରବୀ ବୟୋଜ୍ୟେଷ୍ଠ ପାଖରୁ ତାହା ଗ୍ରହଣ କରି ଆଜିର ନୂଆଁଖାଇ ପାଇଁ ପ୍ରସ୍ତୁତି ହୋଇଥିବା ସୁସ୍ୱାଦୁ ଅନ୍ନ ପିଠା ପଣା ଇତ୍ୟାଦି ପରିବାର ର ସମସ୍ତେ ମିଶି ଏକତ୍ର ଭୋଜନ କରି ସାରିବା ପରେ ଘରେ ଦିଅଁଙ୍କୁ ତାଙ୍କର ପରିବାର ପାଇଁ ମଙ୍ଗଳ କାମନା ସହିତ ସମସ୍ତ ଗୁରୁଜନ ମାନଙ୍କୁ ଦଣ୍ଡବତ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରି ଥିଲେ। ନୂଆ ଖଇ ସାରିବା ପରେ ପ୍ରତ୍ୟେକ ଜିଲ୍ଲାର ଇଷ୍ଟଦେବୀ ମାନଙ୍କ ମନ୍ଦିର କୁ ଯାଇ ଆଗାମୀ ସମୟ ଭଲରେ ଯିବାକୁ ଆଶିଷ କାମନା କରିବା ପରମ୍ପରା ଯୋଗୁଁ ଦେବୀ ମନ୍ଦିର ଓ ଅନ୍ୟ ମନ୍ଦିର ବେଶ୍ ଭିଡ ଲାଗି ରହିଛି।
ବଲାଙ୍ଗିର ଜିଲ୍ଲା ଗ୍ରାମାଞଚଳରେ ମଧ୍ୟ ଆଜି ସବୁଆଡେ ନୂଆ ଖାଇ ହୋଇଛି। ଅନେକ ଗ୍ରାମରେ ଗ୍ରାମରେ ସମସ୍ତ ପରିବାର ଏକ ସାଙ୍ଗରେ ମିଶି ନୂଆଁଖାଇ ପାଳନ କରିଥିବା ଖବର ଆସୁଛି। ପୂର୍ବ ରାଗ ରୋଷ ଭୁଲି ଶତ୍ରୁ ମିତ୍ର ନୂଆଁଖାଇ ରେ ଏକ ହୋଇଯାଇଛନ୍ତି। ନୂଆଁଖାଇ ପରେ ସନ ମାନେ ବଡ଼ ମାନଙ୍କୁ ଜୁହାର ଭେଟ ହୋଇଥିବା ବେଳେ ପରସ୍ପରର ମଙ୍ଗଳ କାମନା କରିଥାନ୍ତି।