
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତ ସରକାରଙ୍କ “ରାଷ୍ଟ୍ରୀୟ ପୋଷଣ ଅଭିଯାନ “ର ଏକ ଅଂଶ ଭାବରେ ଆଜି ପେଣ୍ଠକଟା ଅଞ୍ଚଳର ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳାଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ “ରାଷ୍ଟ୍ରୀୟ ପୋଷଣ ମାସ” କରାଯାଇଥିଲା | ଯାହାର ଉଦ୍ଦେଶ୍ୟ ହେଉଛି “ଜୀବନ ଚକ୍ର ପଦ୍ଧତି ମାଧ୍ୟମରେ ପୁଷ୍ଟିହୀନତାର ବ୍ୟାପକ ମୁକାବିଲା । ପେଣ୍ଠକଟା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ପେଣ୍ଠକଟା ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଗର୍ଭବତୀ ଓ ସ୍ତନପାନ୍ୟ କରାଉଥିବା ମହିଳା ମାନଙ୍କୁ ନେଇ ଗୋପବନ୍ଧୁ ସେବା ପରିଷଦ ତରଫରୁ ଅପରାହ୍ନ ୩ ଘଣ୍ଟିକା ସମୟରେ ଏକ ପୋଷଣ ଜନିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ପୁରୀ ପୌରସଂସ୍ଥା ସମ୍ମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଂଯୁକ୍ତା କାନୁନଗୋ, ନେହୁରୁ ଯୁବକ କେନ୍ଦ୍ରର ଜୟଶଙ୍କର ଯୋଶୀ, ସ୍ୱାସ୍ଥ୍ୟ ମିଶନ ସହରାଞ୍ଚଳର ଅତିରିକ୍ତ ଯୋଜନା ଅଧିକାରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ | ଗୋପବନ୍ଧୁ ସେବା ପରିଷଦର ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ଏଲିନା ମିଶ୍ର ପୋଷଣ ମାହର କିପରି ତୃଣମୂଳ ସ୍ତରରେ ଥିବା ମହିଳାଙ୍କ ପାଖରେ ପହଁଚି ପାରିବ ସେଥିପ୍ରତି ନିଜ ବକ୍ତବ୍ୟ ରେ ଗୁରୁତ୍ୱ ପ୍ରଦାନ କରିଥିଲେ | କୁପୋଷଣ ଓ ପୋଷଣ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ | ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଦସ୍ୟମାନେ ପରିଚାଳନା କରିବା ସହ ଅଙ୍ଗନବାଡି ଦିଦି ମାନେ ସହଯୋଗ କରିଥିଲେ |