
– ମାର୍ଚ୍ଚ ୨ ରେ ସରିବ
ଭୁବନେଶ୍ୱର – ଆସନ୍ତା ଫେବୃୟାରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ଫେବୃୟାରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ୨୨ରେ ଇଂରାଜୀ, ୨୪ରେ ତୃତୀୟ ଭାଷା ସଂସ୍କୃତ/ହିନ୍ଦୀ ପରୀକ୍ଷା ସହ ଭୋକେସନାଲ ଏଜୁକେସନ୍ ର ଥିଓରୀ ପରୀକ୍ଷା ହେବ । ଏହାପରେ ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ମାର୍ଚ୍ଚ ୧ ତାରିଖରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ ସମୟ ମିଳିବ ।
ପରୀକ୍ଷାକୁ କପିମୁକ୍ତ କରାଯିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି । ନିର୍ଭୁଲ ପରୀକ୍ଷା ଫଳ ପ୍ରକାଶ ଉପରେ ଗୁରୁତ୍ୱ ଦିଆଯିବ । ୩ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ । ପ୍ରଶ୍ନପତ୍ର ଲିକ୍ ଓ କପି କରିବାରେ ସହଯୋଗ କରିବା ବେଳେ ଧରାପଡିଲେ ଦୃଢ କାର୍ଯ୍ୟାନୁÂାନ ନିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।