
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପବିତ୍ର ଗଣେଶ ଚତୁର୍ଥୀ ଶ୍ରୀକ୍ଷେତ୍ରର ପ୍ରାଚୀନ ପରମ୍ପରା ତେଣୁ ପୁରୀର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଲିଙ୍ଗରାଜ କଳା ନିକେତନ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଥିଲା । ଅପରାହ୍ନ ରେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଗୀତ ନିର୍ଦ୍ଦେଶନା ରେ ଗଣେଶ ଙ୍କ ନିକଟରେ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଗଣେଶ ଙ୍କ ଭଜନ ପରିବେଷଣ କରାଯାଇଥିଲା |ଅନୁଷ୍ଠାନର ଛାତ୍ର ଛାତ୍ରୀ ଆୟୁଷା ପରିଡା,ସୁଚିସ୍ମିତା ସୁବୁଦ୍ଧି,ଓମ୍ କାର ମିଶ୍ର,ଶୁଭେନ୍ଦୁ ମହାରଣା, ଅନୁଷ୍କା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବାଦ୍ୟଯନ୍ତ୍ର ରେ ମର୍ଦଳ ଗୁରୁ ଜଗନ୍ନାଥ ମିଶ୍ର ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଗୁରୁ ଧବଳେଶ୍ଵର ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ସଂପାଦକ ଜଗନ୍ନାଥ ମିଶ୍ର ସହଯୋଗ କରିଥିଲେ |