
ଭୁବନେଶ୍ଵର, ଗତ ୨୪ ଘଂଟାରେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରେ ସର୍ବାଧିକ ୬୭.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ୬୨.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୬୦.୪ ମି.ମି., ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୫୦.୬ ମି.ମି., ଗଜପତି ଜିଲ୍ଲାର ଗୋଷାଣିରେ ୪୮.୦ ମି.ମି., ଅନୁଗୁଳ ଜିଲ୍ଲାର ବଅଁରପାଳରେ ୪୫.୨ ମି.ମି., ରାୟଗଡ଼ା ଜିଲ୍ଲାର ଆର. ଗୁଡାରେ ୪୫.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୩୯.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୩୫.୦ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୩୨.୬ ମି.ମି., ଗଜପତି ଜିଲ୍ଲାର ଆର. ଉଦୟଗିରି ୩୨.୩ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମୁରାରେ ୩୧.୦ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ୨୯.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।