ସାନଖେମୁଣ୍ଡି – ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପାଟପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣା ରେ ପ୍ରଦତ୍ତ ପାଠ୍ୟପୁସ୍ତକ କୁ କିଲୋଗ୍ରାମ ଆକାରରେ ଖୋଲା ବଜାରରେ ବିକ୍ରୀ କରିଥିବା ଅଭିଯୋଗ ର ପ୍ରମାଣ ପାଇବା ପରେ ଅଭିଯୁକ୍ତ ଶିକ୍ଷୟିତ୍ରୀ ଙ୍କୁ ବ୍ଳକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ଚାକିରି ରୁ ନିଲମ୍ବିତ କରିଛନ୍ତି, ପ୍ରକାଶ ଯେ ଗତ ଶନିବାର ଦିନ ବିଦ୍ୟାଳୟ ସମୟରେ ପ୍ରାୟ ୨ କୁଇଣ୍ଟାଲ ପାଠ୍ୟପୁସ୍ତକ ୧୧୦୦ ଖଣ୍ଡ ରୁ ଉର୍ଦ୍ଧ୍ବ ବହି କବାଡି ବ୍ୟବସାୟୀ ଙ୍କୁ ବିକ୍ରି କରିବା ପାଇଁ ଦୋକାନ ର କମ୍ପ୍ୟୁଟର କାଣ୍ଟା ରେ ଓଜନ କରିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ଧରାପଡିଥିଲେ,ଉପ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଳକ ଶିକ୍ଷା ଅଧିକାରୀ ତଦନ୍ତ କରି ରିପୋର୍ଟ ସଙ୍ଗ୍ରହ କରିଥିଲେ, ତଦନ୍ତ ପରେ ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀ ଙ୍କୁ ନିଲମ୍ବିତ କରାଯାଇଛି ଓ ତାଙ୍କୁ ଭାଲିଆଝୋଳା ପ୍ରାଥମିକ ବିଦ୍ୟାଳୟ ରେ ଅବସ୍ଥାପିତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି,
Related Stories
November 23, 2024
November 23, 2024
November 23, 2024