
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ରଙ୍ଗଶାଳା” ସଂଗ୍ରାମ ମିଶ୍ର ଙ୍କ ରଚିତ ଓ ବିକ୍ରମ କୁମାର୍ ସାହୁ ଙ୍କ ନିର୍ଦ୍ଦେଶିତ ବହୁ ଚର୍ଚିତ୍ ନାଟକ ” ପ୍ରେମ ଚଢ଼େଇ” ପରିବେଷଣ କରି ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଜମିଦାର ବିଶ୍ବମ୍ବର ଚୌଧରି ର ଗରିବ ଗାଁଲୋକଙ୍କ ଉପରେ କରୁଥିବା ଅତ୍ୟାଚାର କୁ ବିରୋଧ କରେ ସେହି ଗାଁ ର ଜଣେ ସାହାସୀ ଯୁବକ ରାମା। ସେହି ବାପା ମା ଛେଉଣ୍ଡ ରାମା କୁ ପିଲାବେଳୁ ଭଲ ପାଉଥାଏ ଅନାଥ ଯୁବତୀ କାଳୀ।ସମୟ କ୍ରମେ ଗାଁକୁ ରିସର୍ଚ୍ଚ କରିବା ପାଇଁ ପ୍ରୋଜେକ୍ଟ କାମ ରେ ଆସେ ଜମିଦାର ଙ୍କ ଝିଅ ବିଦ୍ୟା ଆଉ ତାକୁ ଭଲ ପାଇବସେ ରାମା ଓ ବିଦ୍ୟା ମଧ୍ୟ ରାମାକୁ ମନେ ମନେ ଭଲ ପାଏ। ଏ କଥା ଗୁମସ୍ତାଙ୍କ ଚରଣ ଠାରୁ ଜମିଦାର ଜାଣି ପାରି ବିଦ୍ୟା ର ବାହାଘର ବିକାଶ ସାଙ୍ଗରେ କରିବାକୁ ସ୍ଥିର କରିଦିଅନ୍ତି। ସେପଟେ କାଳୀ ରାମାଠୁ ବିଦ୍ୟାକୁ ଭଲ ପାଇବା କଥା ଜାଣି ପାରି ନିଜ ଭଲ ପାଇବାକୁ ମନ ମଧ୍ୟରେ ରଖି ବିଦ୍ୟା ସହ ରାମାକୁ ମିଶେଇବା ସ୍ଥିର କରିନିଏ। ତାକୁ ରାମର ପିଲାବେଳ ସାଙ୍ଗ ସୁକୁଟା ଓ ନିକୁଟା ଯେତେ ବୁଝାଇଲେ ବି ସେ କାହା କଥା ନଶୁଣି ଜମିଦାର ଘରୁ ବିଦ୍ୟାକୁ ଲୁଚେଇ ନେଇ ଆସି ରାମା ସହ ମିଶାଏ। ବିଶ୍ଵମ୍ୱର୍ ଚୌଧୁରୀ ଏ କଥା ଜାଣି ନିଜ ଝିଅ ବିଦ୍ୟା ତାଙ୍କ ମାନ ଇଜ୍ଜତ ମାଟିରେ ମିଶେଇ ଦେଇ ଥିବାରୁ ତାକୁ ଗୁଳି କରିଲା ବେଳକୁ ତାକୁ ବନଚେଇବାକୁ ଯାଇ କାଳୀ ନିଜେ ମରିଯାଏ। ଶେଷରେ ଗାଁ ଲୋକ ଜମିଦାରକୁ ମାଡ ମାରି ଗାଆଁରୁ ତଡିପାର୍ କରିଦିଅନ୍ତି। ଏହି ଭଳି ଏକ ପ୍ରେମ କାହାଣୀକୁ ନେଇ ରଚିତ ନାଟକ “ପ୍ରେମ ଚଢ଼େଇ” । ଏଥିରେ ନୃତ୍ୟ ନିର୍ଦେଶନା ଦେଇଥିଲେ ଦେବାଶିଷ ସିଂ। ବିକାଶ ଦତ୍ତ , ଦେବୀ ପ୍ରସାଦ ମିଶ୍ର, ରମେଶ ଦାସ , ଦେବାଶିଷ ସିଂ, ସୌମ୍ୟ ରଞ୍ଜନ ଦେଓ , ନିରାକର ପଣ୍ଡା , ମଧୁସ୍ମିତା ସାହୁ ଓ ସ୍ୱାତିଶ୍ରୀ ପରିଡ଼ା ଏଥିରେ ଅଭିନୟ କରି ଦର୍ଶକମାନଙ୍କୁ ମନ ମୁଗ୍ଧ କରିଥିଲେ।