
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଠାରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଯାଇଅଛି ।ଏଥିରେ ବିଶ୍ଵକର୍ମା ବ୍ରହ୍ମଲୋକ ରୁ କିଭଳି ଧରା ଅବତରଣ କରୁଥିବାର ଦୃଶ୍ୟ ଆର୍ଟ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ତଥା ବିଶେଷ କରି ଅଧ୍ୟାପକ ଦିବ୍ୟଜ୍ୟୋତି ମହାନ୍ତି ,କେଶବ ନାୟକ ଓ ପ୍ରଦୀପ୍ତ ପରିଡ଼ା,ଅଭିଳାଷ ମହାନ୍ତି ଭାସ୍କର୍ଯ୍ୟ ବିଭାଗ ର ଶିଳ୍ପୀ ମାନେ ବିଶ୍ଵକର୍ମା ମୂର୍ତ୍ତି ନିର୍ମାଣ କରିଥିବା ବେଳେ ରଞ୍ଜନ ପ୍ରଧାନ ଓ ମିଲନ ମିଶ୍ର ବିଶ୍ଵକର୍ମାଙ୍କର ବ୍ରହ୍ମ ଲୋକ ରୁ ଧରା ଅବତରଣ ର ଦୃଶ୍ୟ ଅଙ୍କନ କରିଛନ୍ତି ତତ୍ ସହିତ ଅନ୍ୟ କଳା ଛାତ୍ର ଛାତ୍ରୀ ମାନେ ତାଙ୍କୁ ସହଯୋଗ କରିଛନ୍ତି।ଏହା ଓଡ଼ିଶା ଚାରୁ ଓ କାରୁ କଳା ମହାବଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗା ମାଧବ କର ଙ୍କ ନିର୍ଦ୍ଦେଶନା ରେ ହୋଇଥିଲା ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପକ ବିଶ୍ଵମୋହନ ରଥ (ବାଣିଜ୍ୟ କଳା ବିଭାଗ) ,ଶୂଯ୍ୟ ପ୍ରକାଶ ବେହେରା (ଭାରତୀୟ ଚିତ୍ର କଳା ବିଭାଗ),ସୁଶାନ୍ତ ମେହେର (ଚିତ୍ର କଳା ବିଭାଗ)ଓ ଅଧ୍ୟାପିକା ଅପରାଜିତା ମିଶ୍ର ଓ କଳ୍ପନା ବେହେରା (ମୁଦ୍ରଣ କଳା ବିଭାଗ )ପ୍ରମୁଖ ଉପସ୍ଥିତ ଥିଲେ ।