-
ଜାତୀୟ ସ୍ତରରେ ଖେଳିବାକୁ ଯିବେ ୪ ବିଜେତା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ଚେସ ଆସୋଷେସନ୍ ପକ୍ଷରୁ ଦୁଇ ଦିନିଆ ୧୧ ବର୍ଷରୁ କମ ଓଡ଼ିଶା ଷ୍ଟେଟ ଓପନ ଏବଂ ଯୁବତୀ ଚେସ ଚମ୍ପିଆନସିପ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତି ନିବାସ ପରିସରରେ ଉଦଯାପିତ ହୋଇଯାଇଛି ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ଚେସ ଆସୋସେସନ ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ବିକ୍ରମ ବିଶ୍ଵାଳ, ଅମର କୁମାର ମହାନ୍ତି,ସନ୍ତୋଷ କୁମାର ମହାପାତ୍ର, ବିଶ୍ୱଜିତ ରାୟ ପ୍ରମୁଖ ଯୋଗଦାନ କରି କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡାବିତ୍ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।ପୁରୁଷ ବିଭାଗରେ ଯାଜପୁର ର ଆୟନ୍ ବେହେରା,କଟକର ସ୍ଵସ୍ତିକ ଶୁଭମ୍ ପଟ୍ଟନାୟକ,ଖୋର୍ଦ୍ଧାର ସାତ୍ୱିକ ସ୍ୱାଇଁ, ଭିନିତ୍ ନାୟକ,ସାର୍ଥକ ମହାନ୍ତି,ଆଦିତ୍ୟ ଜେନା,ସୂର୍ୟାଂଶୁ ମହାକୁଡ, ଅର୍ଣ୍ଣବ ପଟ୍ଟନାୟକ,ଯାଜପୁର ର ମନିଷା ମିଶ୍ର,କଟକ ର ଜୟ ଆଦିତ୍ୟ ପାଢ଼ୀ,ବିଜେତା ହୋଇଥିବା ବେଳେ ମହିଳା ବିଭାଗରେ କଟକ ର ଜ୍ୟୋତିକା ସାହୁ ଏବଂ ଖୋର୍ଦ୍ଧାର ଇସାନି ଦାସ,କଟକ ର ଇ ରାଗିଣୀ,ଖୋର୍ଦ୍ଧାର ନୈନିକା ସାହୁ,କଟକ ର ଇ ଦିବ୍ୟା, ଜଗତସିଂହପୁର ର ମୌକ୍ତିକା ନାୟକ,ଖୋର୍ଦ୍ଧାର ଆର୍ଷୀୟା ସାହୁ,କଟକ ର ହର୍ଷିତା ସିଂ,ଖୋର୍ଦ୍ଧାର ଅର୍ଣିକା ଦାଶ, ଢେଙ୍କାନାଳ ର ତନଭି ମିଶ୍ର ବିଜୟିନୀ ହୋଇଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ଚେସ ଖେଳର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ମହାପାତ୍ର, ଟୁର୍ଣ୍ଣାେମେଣ୍ଟର ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ସାହୁ,ଦେବାଶିଷ ମିଶ୍ର, ଜଗନ୍ନାଥ ସିଂହାରୀ, ଶୁଭଶ୍ରୀ ସାହୁ,ଦେବାଶିଷ ମିଶ୍ର, ଜଗନ୍ନାଥ ସିଂହାରୀ ପ୍ରମୁଖ ପରିଚାଳନା କରିଥିବା ବେଳେ ପାର୍ଥ ସାରଥୀ ମହାପାତ୍ର,ପ୍ରଜ୍ଞା ପରମିତା ନନ୍ଦ, ରାଜ କିଶୋର ସାହୁ,ସ୍ଵାଧୀନ ମହାନ୍ତି,ଗୌରହରି ମହାପାତ୍ର, ଲିପ୍ସା ଦାସ, ରଚିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।