ନୂଆଦିଲ୍ଲୀ, ହାଇଦ୍ରାବାଦ ମୁକ୍ତି ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହାଇଦ୍ରାବାଦ ମୁକ୍ତି ଦିବସ ଅବସରରେ ତେଲେଙ୍ଗାନା, ହାଇଦ୍ରାବାଦ, କର୍ଣ୍ଣାଟକ ଏବଂ ମରାଠାୱାଡା ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା । ନିଜାମଙ୍କ ଅତ୍ୟାଚାର ଏବଂ ଆଧିପତ୍ୟ ବିରୁଦ୍ଧରେ ହାଇଦ୍ରାବାଦ ମୁକ୍ତି ସଂଗ୍ରାମରେ ଲଢି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।