ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କୀରେ ସର୍ବାଧିକ ୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ୬୮.୮ ମି.ମି., କଟକ ଜିଲ୍ଲାର ତିଗିରିଆରେ ୬୮.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗନ୍ଦିଆରେ ୫୩.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୪୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୪୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪୮.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ୪୭.୪ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୪୪.୦ ମି.ମି., କଟକ ଜିଲ୍ଲାର କଂଟାପଡାରେ ୪୩.୦ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୪୦.୬ ମି.ମି., କଟକ ଜିଲ୍ଲାର ଆଠଗଡ଼ରେ ୩୬.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୩୫.୦ ମି.ମି., କେନ୍ଦୁଝର ଜିଲ୍ଲାର ସାହାରପଡାରେ ୩୪.୪ ମି.ମି., ଗଞ୍ଜାମ ଜିଲ୍ଲାର ଚିକିଟିରେ ୩୪.୦ ମି.ମି. ଏବଂ ଅନୁଗୁଳ ଜିଲ୍ଲାର ତାଳଚେରରେ ୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।