
-
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଲେ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ
ବଲାଙ୍ଗିର, ବଲାଙ୍ଗିର ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଭାବରେ ବିଶିଷ୍ଟ ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନିଯୁକ୍ତି କରିଥିବାରୁ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିନନ୍ଦନ ଜଣାଇଛି। ଶ୍ରମିକ ନେତା ସାଂସଦ ଶ୍ରୀ ବିଶି ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଥିବାବେଳେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଏକତା ମଞ୍ଚ ର କାର୍ଯ୍ୟକାରୀ ସଭାପତି, ୱେସ୍କୋ ଏସଟି ଏସସି କର୍ମଚାରୀ ସଂଘ ର ସଭାପତି, ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି, କୃଷକ ସଂଗଠନ, ବଢ଼େଇ ମିସ୍ତ୍ରୀ ସଂଘ, ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ତଥା ବିଭିନ୍ନ ଶ୍ରମିକ କର୍ମଚାରୀ ସଂଗଠନ ମାନଙ୍କରେ ନେତୃତ୍ଵ ନେଉଛନ୍ତି। ଏହି ନୂଆ ନିଯୁକ୍ତି ଦ୍ଵାରା ସଂଗଠିତ ଶ୍ରମିକ ଶ୍ରେଣୀ, ଅଣ ସଂଗଠିତ ଶ୍ରମିକ ଗୋଷ୍ଠୀ, କର୍ମଚାରୀ, ମଜଦୁର ମାନଙ୍କ କଲ୍ୟାଣ ପାଇଁ ବିଶେଷ ଫଳପ୍ରଦ ହେବ ବୋଲି ଶ୍ରମିକ ସଂଗଠନ ଗୁଡିକ ଆଶା ପ୍ରକାଶ କରିଛନ୍ତି। ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ସଂଗ୍ରାମ କରି ଆସୁଥିବା ଶ୍ରମିକ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟରେ ଶ୍ରମିକ କର୍ମଚାରୀ ମାନଙ୍କ ବିକାଶ ପାଇଁ କେନ୍ଦ୍ରୀୟ ସଂଯୋଜକ କରିଥିବାରୁ ଶ୍ରମିକନେତା ଚନ୍ଦ୍ରମଣି ଶବର, ବିଷ୍ଣୁ ପ୍ରସାଦ କେଡ଼ିଆ, ପୂର୍ଣଚନ୍ଦ୍ର ବେହେରା, ବିଭୁତି ଶଙ୍କର ବିନ୍ଧାଣି, ଭକ୍ତରାମ ଧରୁଆ, ଚିରାଗ ସିଂଦେଓ, ଭି. ପ୍ରସାଦ ରାଓ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।