
ଧର୍ମଶାଳା, ପୂର୍ବତନ ସରପଂଚଙ୍କୁ ନେଇ ବନ୍ଧୁ ମିଳନ ଉତ୍ସବ । ଯାଜପୁର ଜିଲା ଧର୍ମଶାଳା ବ୍ଲକର ୪୫ ଗୋଟି ପଂଚାୟତର ସମସ୍ତ ମହିଳା ପୁରୁଷ ସରପଂଚମାନେ ଯୋଗ ଦେଇଥିଲେ । ୨୦୧୭ ମସିହାରୁ ୨୦୨୪ ପର୍ଯ୍ୟନ୍ତ ରହିଥିବା ସରପଂଚମାନଙ୍କୁ ନେଇ ପବିତ୍ର ପୀଠ ଓଳାଶୁଣୀ ଗୁମ୍ଫାରେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରାଯାଇଥିଲା । ଦୀର୍ଘ ବର୍ଷ ପରେ ପୂର୍ବତନ ସରପଂଚ ଓ ସେମାନଙ୍କ ପରିବାର ଏକାଠି ହୋଇଥିବାରୁ ପରସ୍ପର ମଧ୍ୟରେ ଭାବ ବିନିମୟ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ନିଜ ନିଜ ମଧ୍ୟରେ ସୁସମ୍ପର୍କ ରଖିବା ସହିତ ପୂର୍ବଭଳି ନିଃସ୍ଵାର୍ଥପର ଭାବେ ସାଧାରଣ ଲୋକମାନଙ୍କୁ ଆବଶ୍ୟକସ୍ଥଳେ ସହଯୋଗ କରିବା ସମସ୍ତେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଧର୍ମଶାଳା ବ୍ଲକର ସମସ୍ତ ପୂର୍ବତନ ସରପଂଚ ମାନଙ୍କର ଏଭଳି ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସମସ୍ତେ ସ୍ଵାଗତ କରିବା ସହିତ ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମ କରାଯାଉ ବୋଲି ବହୁ ବରିଷ୍ଠ ସରପଂଚମାନେ ମତବ୍ୟକ୍ତ କରିଥିଲେ ।