
ନୂଆଦିଲ୍ଲୀ, ଶ୍ରୀଗୁରୁଗ୍ରନ୍ଥ ସାହେବ ପ୍ରକାଶ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଗୁରୁଗ୍ରନ୍ଥ ସାହେବ ବିଶ୍ୱକୁ ସମନ୍ୱୟ ଓ ମାନବିକତା ପ୍ରତି ସମର୍ପଣ ଶିକ୍ଷା ଦେଇଥାଏ । ଏହାର ଶିକ୍ଷା ଆମକୁ ସର୍ବଦା ଶାନ୍ତି ଓ ସାମଞ୍ଜସ୍ୟର ମୂଳ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରି ଏକ ସୁନ୍ଦର ସମାଜ ନିର୍ମାଣ ଦିଗରେ ମାର୍ଗଦର୍ଶନ କରିଥାଏ ।
ଏଠାରେ ସୂଚନାଯୋଗ୍ୟ, ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କ ପ୍ରକାଶ ପର୍ବ ଭାଦ୍ରବର 15ତମ ଦିନରେ ପଡିଥାଏ, ଯାହାକି ପଞ୍ଜାବୀ କ୍ୟାଲେଣ୍ଡରର ଷଷ୍ଠତମ ମାସ ଅଟେ । ଦୁନିଆର ମହାନ ଗ୍ରନ୍ଥ ମଧ୍ୟରୁ ଶ୍ରୀ ଗୁରୁଗ୍ରନ୍ଥ ସାହେବ ଅଦ୍ୱିତୀୟ ।