
ଗଞ୍ଜାମ, ୨୦୧୪ ମସିହାରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ଶିଶୁ ଅପହରଣ ଓ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ୯ ବର୍ଷର ବିଚାରଣା ପରେ ଆଜି ପ୍ରକାଶ ପାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୧ ଡଃ. ଇନ୍ଦୁ ଶର୍ମା ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଆଧାରରେ ଜଣକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ନୟାଗଡ଼ର ଶ୍ରୀଧର ମହାପାତ୍ର ଓରଫ ସିରିଆକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଉପଯୁକ୍ତ ପ୍ରମାଣ ଅଭାବରୁ ତା’ର ସହଯୋଗୀ ଯଶୋଦା ପ୍ରଧାନଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।