
ଭୁବନେଶ୍ଵର, ୧ ସେପ୍ଟେମ୍ବରରୁ ଆଜିସୁଦ୍ଧା ୨୨୨.୬ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୫୪ ପ୍ରତିଶତ ଅଧିକ ରହିଛି । ଏପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ସ୍ଵାଭାବିକ ବର୍ଷା ୨୩୫.୭ ମି.ମି.ର ୯୪ ପ୍ରତିଶତ ଅନୁଭୂତ ହୋଇସାରିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।