ମାଲକାନଗିରି – ପୁଣିଥରେ ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାନ୍ତ ମାଓ ପ୍ରବଣ ମହୁପଦର ପଞ୍ଚାୟତର ୨୫0 ଜଣ ମାଓ ସମର୍ଥକ ଗ୍ରାମବାସୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଦୀର୍ଘ ବର୍ଷ ଧରି ମାଓବାଦୀ ମାନେ ମହୁପଦର ଅଞ୍ଚଳରେ ରାଜ୍ କରି ଆସୁଥିଲେ । କିନ୍ତୁ, ମାଥିଲି ଥାନା ଅଧିକାରୀ ଜନ ଖୁଜୁରଙ୍କ ନେତୃତ୍ବରେ ଉକ୍ତ ଅଂଚଳରେ ବହୁ ଜନହିତକର କାମ କରାଯାଉଥିବାରୁ ଅଞ୍ଚଳବାସୀ ପୋଲିସ ପ୍ରତି ଆସ୍ଥା ପ୍ରକଟ କରି ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ନକ୍ସଲ କାର୍ଯ୍ୟକଳାପ ପ୍ରତି ଅସନ୍ତୁଷ୍ଟ ହୋଇ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଡି । ଆତ୍ମସମର୍ପଣ କରିଥିବା ମାଓ ସମର୍ଥକଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ଜଣାପଡିଛି ।
Related Stories
December 22, 2024