
-
ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ କଲେ ରକ୍ତ ଦାନ,
ପୁରୀ,ଓଡିଶା ର ଅନ୍ୟତମ ଅଗ୍ରଣୀ ଓ ପୁରାତନ ଫାର୍ମାସି ଶିକ୍ଷାନୁଷ୍ଠାନ ଆଈ .ଏମ .ଟି ଫାର୍ମାସି କଲେଜ ପୁରୀ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଯାଇଛି |ଏହି ରକ୍ତଦାନ ଶିବିର ରୁ ୧୧୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି |ପୁରୀ ଗୋପାଳପୁର ସ୍ଥିତ କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କଲେଜ ର ପ୍ରତିଷ୍ଠାତା ଡ଼ ବିଶ୍ୱନାଥ ରଥ ଉଦଘାଟନ କରିଥିଲେ| ରକ୍ତ ଦାନ ପାଇଁ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଆଗେଇ ଆସିଥିଲେ | କଲେଜ ର ନିର୍ଦେଶକ ମନୋଜ ରଥ , ଅଧ୍ୟକ୍ଷ ଡ଼ ଅଗ୍ନିମିତ୍ର ଦିଣ୍ଡା , ନିର୍ଦେଶକ ଡ଼ ଅନ୍ନଦା ମହାପାତ୍ର , ଉପାଧ୍ୟକ୍ଷ ଦେବାଶିଷ ମିଶ୍ର , ଅଧ୍ୟାପକ ଦେବଦତ୍ତ ସାହୁ , ଅଳକା କର , ସମୀର ପାତ୍ର ଓ ପୁରୀ ରକ୍ତ ଭଣ୍ଡାର ର ଡାକ୍ତର ଓ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିଥିଲେ |ଏଚ ଡ଼ି ଏଫ ସି ବ୍ୟାଙ୍କ ଏବଂ ପୁରୀ ରକ୍ତ କେନ୍ଦ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |