
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀମନ୍ଦିର ରେ ସପ୍ତପୁରୀ ଅମାବାସ୍ୟା ପୂର୍ଵ ଦିନ ଦ୍ୱିପ୍ରହର ଧୂପ ସରିବା ପରେ କୁମ୍ଭାର ବିଶୋଇ ସେବକ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟା, ଛତ୍ର, କାହାଳୀ ସହ ୪ଟି ସାତପୁରୀ ତାଡ ଅଲାମଚଣ୍ଡୀଙ୍କ ପୀଠରୁ ଆଣି ଶ୍ରୀମନ୍ଦିର ଭିତର ବେଢ଼ା ପରିକ୍ରମା କରାଯାଇ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅଚିନ୍ତା ପହଣ୍ଡି ରୋଷ ବେହରଣରେ ରଖନ୍ତି।ଗୋଟିଏ ଅତିରିକ୍ତ ତାଡ ଆସିଥାଏ କାରଣ ଯଦି ପୂର୍ବୋକ୍ତ ତାଡ ମଧ୍ୟରୁ ଗୋଟିଏ ଭାଙ୍ଗିଗଲେ ଅତିରିକ୍ତ ତାଡଟି ବ୍ୟବହାର କରାଯାଏ।ସଂଧ୍ୟାଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଘଣ୍ଟା, ଛତ୍ର,କାହାଳୀ ସହ ପଟୁଆରରେ ନେଇ ଦକ୍ଷିଣ କାଳୀଙ୍କୁ ଦିଆଯାଏ। ଦକ୍ଷିଣ କାଳୀଙ୍କ ସେବକ ମାଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ରୋଷ ପାଇକଙ୍କୁ ଦେବାପରେ ଏହି ଆଜ୍ଞାମାଳ ରୋଷଘରକୁ ଯାଏ।ଏହାପରେ ମହାପ୍ରଭୁଙ୍କ ଅନ୍ୟ ନୀତିମାନ ସମ୍ପନ୍ନ ହୁଏ।
ପବିତ୍ର ସପ୍ତପୁରୀ ଅମାବାସ୍ୟା ଦିନ ଅଲାମଚଣ୍ଡୀଙ୍କ ନିକଟରୁ ଆସିଥିବା ତାଡରେ, ରାଶି,ନଡ଼ିଆ, ଚାଉଳ ପିଠାରେ ରାଶି,ନଡିଆ,ଚଣା, ଛେନା,ଗୋଲ ମରିଚ,ଅଦା,ଜୀରା ଆଦିକୁ ପାକ କରି ପୁର ଦିଆ ପିଠା ପ୍ରସ୍ତୁତ କରାଯାଏ।ଏହି ପିଠା ରୋଷଘରେ ସାତପୁରୀ ଚୁଲାରେ ପ୍ରସ୍ତୁତ କରାଯାଏ।ଉକ୍ତ ପିଠାକୁ ମହାପ୍ରଭୁଙ୍କ ନିକଟରେ ସକାଳଧୂପରେ ପରସିବା ପରେ ପୂଜାପଣ୍ଡା ନୈବେଦ୍ୟ କରିଥାନ୍ତି।ଏହାପରେ ଶ୍ରୀଜୀଉଙ୍କୁ ବନ୍ଦାପନା କରାଯାଏ।