ଜୟପୁର,ଆସନ୍ତା ନିର୍ବାଚନରେ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବା ସ୍ଥିର ନିଶ୍ଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥା ବିଶ୍ବାସ ଓ ଭରସା ଅତୁଟ ରହିଛି । ଏଣୁ ଇଣ୍ଡିଆ ମେଣ୍ଟ ନିଜର ଭବିଷ୍ୟତକୁ ନେଇ ହତୋତ୍ସାହିତ ହୋଇପଡିଛି । ଏଣୁ ମେଣ୍ଟ ଦଳକୁ ଶକ୍ତ ପ୍ରଶ୍ନ ପଚାରୁଥିବା ଟେଲିଭିଜନ ଆଙ୍କର ମାନଙ୍କୁ ଉତର ଦେଇନପାରି ବୟକଟ କରିବାକୁ ନିଷ୍ପତି ନେବା ଅତି ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସାଂସଦ ଅପରାଜିତା ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି।
ଗଣତନ୍ତ୍ରର ଓ ସମ୍ବିଧାନର ସୁରକ୍ଷା ପାଇଁ ଚିତ୍କାର କରୁଥିବା ଇଣ୍ଡିଆ ମେଣ୍ଟର ଅସଲ ଚେହେରା ବର୍ତମାନ ପଦାକୁ ଆସିଛି । ଏବେ ଠାରୁ ମେଣ୍ଟ ଦଳ ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ମେଣ୍ଟ ପକ୍ଷରୁ ଦେଶର କିଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ବୟକଟ କରିବା ନେଇ ତାଲିକା ପ୍ରସ୍ତୁତି କରିବା ଅତି ଦୁର୍ଭାଗ୍ୟଜନକ, ନିନ୍ଦନୀୟ । ଗଣତନ୍ତ୍ରର ସୁରକ୍ଷା ପାଇଁ ଡିନ୍ଡିମ ମାରୁଥିବା ମେଣ୍ଟ ଦଳର ଅସଲ ଚେହେରା ପଦାରେ ପଡିଛି । ଭାରତ ବର୍ଷର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅତୁଟ ବିଶ୍ବାସ ରଖିଥିବା ବିଭିନ୍ନ ଗଣମାଧ୍ୟମର ସର୍ଭେରୁ ସ୍ପଷ୍ଟ ସୂଚନା ମିଳିଛି । ଏହାପରେ ବିରୋଧି ମେଣ୍ଟ ହତାଶ ହୋଇପଡିଛି। ନିଜର ଅସ୍ତିତ୍ବ ରକ୍ଷା କରିବା ଚିନ୍ତାରେ ରହିଛନ୍ତି । ଗଣମାଧ୍ୟମର ପ୍ରତିନିଧି ମାନଙ୍କ ପ୍ରଶ୍ନର ଜବାବ ଦେଇପାରୁନଥିବା ବିରୋଧି ଶେଷରେ ସାମ୍ବାଦିକଙ୍କ ଉପରେ ରାଗ ରଖି ବୟକଟ କରିବାନେଇ ତାଲିକା ପ୍ରସ୍ତୁତ କରିବା ଘଟଣା ସେମାନଙ୍କ ହତାଶ ଭାବର ପରିଚୟ ଦେଉଛି। ଏଭଳି ମାନସିକତା ଦେଶପାଇଁ ଶୁଭଙ୍କର ନୁହେଁ । ମେଣ୍ଟର ଏଭଳି ଆଭିମୁଖ୍ୟ ଦେଶବାସୀଙ୍କ ପାଇଁ ଚିନ୍ତାଜନକ ଓ ବିପଦଜନକ ବୋଲି ଅପରାଜିତା କହିଛନ୍ତି । ଆଜି କୋରାପୁଟ ଗସ୍ତରେ ଆସିଥିବା ବେଳେ ଜୟପୁର ଠାରେ ସେ ଏହା କହିଛନ୍ତି। ଭୁବନେଶ୍ଵର ଏମପି ଅପରାଜିତା ଷଡଙ୍ଗିଙ୍କୁ ଜୟପୁରରେ ସ୍ଵାଗତ କରାଯାଇଛି । ମାଲକାନଗିରି ଜିଲା ଗୋବିନ୍ଦପାଲି ଗସ୍ତ ସମୟରେ ଜୟପୁର ସରକାରୀ ବସଷ୍ଟାଣ୍ଡ ନିକଟ ହନୁମାନ ମନ୍ଦିର ନିକଟରେ ତାଙ୍କୁ ସ୍ଵାଗତ କରାଯାଇଛି । ଏମପି ଅପରାଜିତା ଷଡଙ୍ଗୀ ଜୟପୁରରେ ପହଞ୍ଚି ହନୁମାନଙ୍କୁ ଦର୍ଶନ କରି ଦଳିୟ କର୍ମି ଓ ନେତାଙ୍କ ସହ ଆଲୋଚନା କରି ଗୋବିନ୍ଦପାଲ୍ଲି ଗସ୍ତରେ ଯାଇଥିଲେ । ଜୟପୁର ବିଜେପି ନେତା ଅକ୍ଷୟ କୁମାର ସାହୁଙ୍କ ଦ୍ୱାରା ଆୟୋଜିତ କାଯ୍ୟକ୍ରମରେ ଲଳିତ ଆଗ୍ରଓାଲ, ଏ. ଦୁର୍ଗା ପ୍ରସାଦ, ପ୍ରଫୁଲ ରୟ, ଅମର ଆହୁଜା, ଲକ୍ଷ୍ମୀ ନାରାୟଣ ପାଢୀ, ବିଶ୍ଵନାଥ ମାଳି, କ୍ଷେତ୍ର ମୋହନ ନାୟକ, ଶ୍ରୀନିବାସ ପଣ୍ଡା , ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ନେତ୍ରୀ ସାଂସଦ ଅପରାଜିତା ଷଡଙ୍ଗି କୋରାପୁଟ ଗସ୍ତରେ ଆସିଛନ୍ତି । ହୀରାଖଣ୍ଡ ଟ୍ରେନ ଯୋଗେ ସେ କୋରାପୁଟରେ ପହଂଚିଥିଲେ । କୋରାପୁଟ ରେଳ ଷ୍ଟେସନରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଉତ୍ସସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ କୋରାପୁଟରୁ ମାଲଜାନଗିରି ଜିଲ୍ଲା ଗୋବିନ୍ଦପାଲି ଗସ୍ତରେ ଯାଇଛନ୍ତି । କୋରାପୁଟ ଜିଲ୍ଲା ଗସ୍ତରେ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି । ଗତ ୨୩ ବର୍ଷ ପୂର୍ବେ ଏହି ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିଥିଲି । ଏଠାକାର ଲୋକେ ବହୁତ ଭଲ ବୋଲି ସେ କହିଛନ୍ତି । ମାଲକାନଗିରି ଜିଲ୍ଲା ଗସ୍ତ ସାରି କୋରାପୁଟକୁ ଫେରିବା ପରେ କୋରାପୁଟର ଲୋକଙ୍କ ସହ ସାକ୍ଷାତ କରି ଜିଲ୍ଲାର ସମସ୍ୟା ସମ୍ପର୍କରେ ଆଲୋଚନା କରିବି ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗି ମତବ୍ୟକ୍ତ କରିଛନ୍ତି ।