ମାଲକାନିଗିରି – ପ୍ରଥମ କରି ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ବଡପଡାର ବିଏସଏଫ କ୍ୟାମ୍ପଠାରେ ପହଞ୍ଚିବା ପରେ ଏଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମାଣ୍ଡିଆ ମଣ୍ଡି ର ଉଦଘାଟନ କରିଥିଲେ। ଚଳିତ ବର୍ଷ ବର୍ଷାରେ ଆଦିବାସୀଙ୍କ ବ୍ୟାପକ ଫସଲ ନଷ୍ଟ ହେବା ଅନୁଧ୍ୟାନ କରିଥିଲେ ଏବଂ ମଣ୍ଡି ବ୍ୟବସ୍ଥାର ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ସହ କେବିକେ ପ୍ରଶାସକ ଆର. ପି.ଠାକୁର, ମିଲଟ ମିଶନ ସଚିବ ଏମ. ମୁଥୁକୁମାର, ଜିଲ୍ଲା ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଓ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।
ମନ୍ତ୍ରୀଙ୍କ ଗସ୍ତକୁ ଦେଖି ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀର ଯବାନଙ୍କୁ ଆଲର୍ଟ ରଖାଯିବା ସହ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିଲା । ଚଳିତ ବର୍ଷ ମାଣ୍ଡିଆ କୁଇଣ୍ଟାଲ ପିଛା ଦର ୩ ହଜାର ୫ 00 ଟଙ୍କା ଧାର୍ଯ୍ୟ କରାଯାଇଛି । ଚାଷୀ ମାନେ ନିଜ ଉତ୍ପାଦିତ ମାଣ୍ଡିଆକୁ ଘୋଡ଼ାରେ ଲଦି ମଣ୍ଡିକୁ ଆଣୁଥିବା ଦେଖିବାକୁ ମିଳିଥିଲା !