ଖୋର୍ଦ୍ଧା, ଭିଜିଲାନ୍ସ ପଞ୍ଝାରେ ଓଏଏସ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଗୁଡ଼ାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଭୁବନେଶ୍ବର ସ୍ଥିତ ରାଜସ୍ଵ ଓ ବିପର୍ଯୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ଉ। ଭିଜିଲାନ୍ସ ବିଭାଗର ୩ଟି ଟିମ ବାଲୁଗାଁସ୍ଥିତ ଜେନା କଲୋନୀ, ପୈତୃକ ଘର ହରିପୁର ଓ ଛୋଟରାୟପୁରରେ ଚଢ଼ଉ ଜାରି ରଖିଛି।
ପ୍ରକାଶ ଥାଉକି, ଶ୍ରୀ ଜେନା ପୂର୍ବରୁ ଶିକ୍ଷକତା କରୁଥିଲେ । ତେବେ ୨୦୧୬ ରେ ଓଆରଏସ ଭାବେ ପଦୋନ୍ନତି ପାଇଥିଲେ । ପରେ ବିଗତ ଦୁଇ ବର୍ଷ ହେବ ଓଏଏସ ଭାବେ ପଦୋନ୍ନତି ପାଇଥିଲେ।