ବଲାଙ୍ଗିର, ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର ସହର । ଗତ ୨୪ ଘଣ୍ଟା ଭିତରେ ୨୨୪ ମିଲିମିଟର ବର୍ଷା ହୋଥିବାବେଳେ ବର୍ଷା ଲାଗିରହିଛି। ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ୍ମୀ ଜୋର ନାଳରେ ବନ୍ୟା ପାଣି କୁଳ ଲଂଘନ କରି ତଳି ଅଞ୍ଚଳରେ ଥିବା ଘର ଭିତରକୁ ପାଣି ପଶି ଯାଇ ଲୋକେ ଠିକାଦାର ପଡ଼ା, ନୂଆପଡ଼ା, ବରପାଲି ପଡ଼ା, ବ୍ରାହ୍ମଣ ପଡ଼ା, ଚିମ୍ନିଭାଟି ପଡ଼ା ଅଞ୍ଚଳରେ ଲକ୍ଷ୍ମୀ ଜୋର୍ ପାଇଁ ଅସୁବିଧାରେ ପଡିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସହର ତଳି ବଲାଙ୍ଗିର ସହରର ଏଥିରେ ସହରର ବିଭିନ୍ନ ଜାଗାରେ ଘରଗୁଡ଼ିକକୁ ପାଣି ପଶି ଯାଇଥିବା, ମୁଖ୍ୟରାସ୍ତା ଉପରେ ଦୁଇଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଯୁଆଡେ ଦେଖିଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣିର ସୁଅ ଛୁଟିଛି । ଅନ୍ୟପଟେ ବହୁତ ପରିବାର ପାଣି ପଶିବା ହେତୁ ଜଳବନ୍ଦୀରେ ରହିଥିବା ଦେଖିବାକୁ ମିଳିଥିବା ବେଳେ ଖବର ପାଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପୌର ପରିଷଦର ପୌର ଅଧ୍ୟକ୍ଷା ଲିକା ସାହୁ, ତହସିଲଦାର ଦାୟିତ୍ଵରେ ଥିବା ସବ କଲେକ୍ଟର ଓ ଜରୁରୀକାଳୀନ କର୍ମଚାରୀମାନେ ଜଳବନ୍ଦୀ ଘେରା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ସହ ସମସ୍ୟାର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେଇ ଲାଗି ପଡିଥିବା ଜଣାପଡିଛି । ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରି ଲୋକଙ୍କୁ ଥଇଥାନ ବ୍ୟବସ୍ଥା କରୁଥିବା ଦେଖାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ବର୍ଷା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଗତକାଲି ସଂଧ୍ୟାରୁ ବଲାଙ୍ଗିର ସହରରେ ଲାଗି ରହିଛି ବର୍ଷା । ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସର କୌଣସି ପୋଖରୀ ଭଳି ମନେ ହେଉଛି । ଅନ୍ୟପଟେ ଅଫିସର ତଳମହଲା ସମସ୍ତ କୋଠରୀରେ ବର୍ଷା ପାଣି ଉଛୁଳୁଛି ।
ବର୍ଷା ଯୋଗୁଁ ଜଳ ନିଷ୍କାସନ ହୋଇ ନ ପାରି ସମଲେଶ୍ଵରୀ ମନ୍ଦିର ଭିତରକୁ ପାଣି ପଶିଯାଇଛି। ବର୍ଷା ନକମିଲେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ବର୍ଷା ଲାଗି ରହିଥିବାରୁ ଜିଲ୍ଲାପାଳ ସମସ୍ତ ସରକାରୀ ବେସରକାରୀ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରକୁ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି।