ଭୁବନେଶ୍ୱର – ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ଶ୍ରମ ବିଭାଗ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବ ।
ସୋମବାର ଶ୍ରମ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ “ମୋ ସରକାର’ ସଚେତନତା କର୍ମଶାଳା ଉଦଘାଟିତ ହୋଇଯାଇଛି । ଶ୍ରମ କର୍ମ·ରୀ ରାଜ୍ୟବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବାର ଆବଶ୍ୟକତା ରହିଛି । ଏଥି ସହିତ ଜନସାଧାରଣମାନଙ୍କୁ ଯେପରି ଉତମ ସେବା ଯୋଗାଇ ଦିଆଯିବ, ସେ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ରାଜ୍ୟ ନିର୍ମାଣ ଶ୍ରମିକକଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଅଧିକ ସ୍ୱଚ୍ଛତା ଆଣିବା ସହ ହିତାଧିକାରୀମାନଙ୍କୁ ଉତମ ବ୍ୟବହାର କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଦାଦନ ରୋକିବା ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତତ କରାଯାଉଛି । ଏସମ୍ପର୍କରେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଛନ୍ତି । ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ହେଉଛି ଦାଦନ ପ୍ରବଣ । ଉକ୍ତ ଜିଲ୍ଲା ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ । ଓଡିଶାର ଶ୍ରମିକ ମାନଙ୍କ ପାଇଁ ୫ ଟି ସ୍ଥାନ ଯଥା : ଦିଲ୍ଲୀ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , ତାମିଲନାଡୁ ଓ କର୍ଣ୍ଣାଟକରେ ହେଲପ୍ ଡେସ୍କ ଖୋଲାଯାଇଛି । ଶ୍ରମିକ ମାନଙ୍କ ପିଲାମାନେ ରହିବା ପାଇଁ ହଷ୍ଟେଲ ଖୋଲାଯାଉଛି ବୋଲି ସେ କହିଛନ୍ତି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ସମୀକ୍ଷା ବୈଠକରେ ୫ “ଟି’ ଚିନ୍ତାଧାରାରେ ସମସ୍ତ
ଅଧିକାରୀ କାର୍ଯ୍ୟକରିବାକୁ ନିଦେ୍ର୍ଧଶ ଦେଇଥିଲେ ।
ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉକ୍ତ ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଆର୍ଥିକ ବର୍ଷର ସଫଳତା ସମ୍ବନ୍ଧୀୟ ବାର୍ଷିକ ବିବରଣୀ ୨୦୧୮-୧୯ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ମତବିନିବୟ କରିଥିଲେ ଏବଂ ଶେଷରେ ଯୁଗ୍ମ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।