କନ୍ଧମାଳ, ଲଘୁଚାପଜନିତ ବର୍ଷା ଫଳରେ ଫୁଲବାଣୀର ନଦୀଖଣ୍ଡି ସାହି ଏବଂ ଡାକପଲାକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ କଲଭର୍ଟ ଉପରେ ପାଣି ପ୍ରବାହିତ ହେଉଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀଖଣ୍ଡି ପଟରେ ବାଉଁଶ ବ୍ୟାରିକେଡ୍ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଛି । ତେଣୁ ବର୍ଷା ଅଧିକ ହେଲେ ସାଲୁଙ୍କୀ ନଦୀ କଲଭର୍ଟ ଉପରେ ଅଧିକ ପାଣି ପ୍ରବାହିତ ହେବାର ଆଶଙ୍କା ରହିଛି ।