
-
ନଭେମ୍ବର ୨୧ ରେ ୫୦,୦୦୦ ବିଦ୍ୟାର୍ଥୀଙ୍କୁ ନେଇ ବିଧାନସଭା ଘେରାଉ-ଅରିଜିତ ପଟ୍ଟନାୟକ
-
ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ବକୁ ହତ୍ୟା କରୁଛନ୍ତି ରାଜ୍ୟ ସରକାର-ଏବିଭିପି
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅସଜଡ଼ା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶିକ୍ଷାର ମାନକୁ ବଜାୟ ରଖିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ କିପରି ସଠିକ୍ ମାର୍ଗରେ ନେଇ ପିଲାଙ୍କ ଭବିଷ୍ୟତକୁ ଅଗ୍ରାଧିକାର ଦିଆଯିବ ସେନେଇ ମାର୍ଗ ପ୍ରସ୍ତୁତ ହୋଇଛି ।
ଦୁଇ ଦିନ ଧରି ଚାଲିଥିବା ଏହି ବୈଠକରେ ରାଜ୍ୟର ଶିକ୍ଷାସ୍ଥିତି ଓ ସାମାଜିକ ସ୍ଥିତି ବିଷୟରେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ବୈଠକରେ ଏବିଭିପିର ସଦସ୍ୟତା କେମିତି ଅଧିକ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହା ସହ ଆଗକୁ ରାଜ୍ୟର ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କୁ ନେଇ ବଡ ବୈଠକ ହେବ ବୋଲି ଆଲୋଚନା ହୋଇଥିଲା ।
ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରି କେମିତି ଜାଣିଶୁଣି ଛାତ୍ରନେତା ତିଆରିକୁ ରୋକି ନିଜର କଳା କାରନାମା ବିସ୍ତାର କରୁଛନ୍ତି ସେ ନେଇ ଆଲୋଚନା ହେବା ସହ , ଛାତ୍ର ସଂସଦ ନିର୍ବାଚନ ପାଇଁ ସବୁ କ୍ୟାମ୍ପସରେ ତୀବ୍ର ଆନ୍ଦୋଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜାରି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ହୋଇନାହିଁ । ଏଥିରୁ ସ୍ପଷ୍ଟ ସରକାର ଛାତ୍ର ନେତା ହତ୍ୟା କରିବାକୁ ଚାହୁଁଛନ୍ତି ।
କ୍ୟାମ୍ପସରେ ଅଧ୍ୟାପକ ଅଭାବର ଦୂରୀକରଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ରାଜ୍ୟରେ କାର୍ଯ୍ୟକାରୀ ପାଇଁ ସେମିନାର ହେବା ନେଇ ନିଷ୍ପତ୍ତି ହୋଇଥିଲା । ଜନଜାତି ବିଦ୍ୟାର୍ଥୀଙ୍କ ପାଇଁ ସେମିନାର ହେବା ନେଇ ଆଲୋଚନା ହୋଇଥିଲା ।
ଏତତ ବ୍ୟତୀତ ରାଜ୍ୟରେ ଭୁସୁଡିଥିବା ଶିକ୍ଷା ବ୍ୟବସ୍ଥାକୁ ବିରୋଧ କରି ନଭେମ୍ବର ୨୧ରେ ବିଧାନସଭା ଘେରାଉ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଥିଲେ । ଏହି ବୈଠକରେ ମୋଟ ୧୫୬ ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ବିଶ୍ମୟ ରଞ୍ଜନ ପଟ୍ଟନାୟକ ଓ ଜିଜ୍ଞାସାର ରାଜ୍ୟ ସଂଯୋଜକ ଲିଟୁନ ଦାସ ଉପସ୍ଥିତ ଥିଲେ।