-
କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଦେବେ ଆଶୀର୍ବାଦ
-
ହିନ୍ଦୁସ୍ଥାନ ସମାଚାର ସମୂହର ପାକ୍ଷିକ ପତ୍ରିକା ଯୁଗବାର୍ତ୍ତା ବିଶେଷାଙ୍କର ହେବ ଲୋକାର୍ପଣ
ବାରଣାସୀ, ଶର ଏକମାତ୍ର ବହୁଭାଷୀ ନ୍ୟୁଜ ଏଜେନ୍ସି ହିନ୍ଦୁସ୍ଥାନ ସମାଚାରର ତତ୍ତ୍ୱାବଧାନରେ ସେପ୍ଟେମ୍ବର 14 ତାରିଖ ଅପରାହ୍ନ 2.30ରେ ଶିଭାଲା ସ୍ଥିତ ରାଜା ଚେତାସିଂହ କିଲ୍ଲା ପରିସରରେ ଭାରତୀୟ ଭାଷା ସମ୍ମାନ ଦିବସ-2023 କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବିଶିଷ୍ଟ ଅତିଥି ଶ୍ରୀହନୁମତ ନିବାସ ଅଯୋଧ୍ୟାର ମହନ୍ତ ଆଚାର୍ଯ୍ୟ ମିଥିଳେଶନନ୍ଦିନୀ ଶରଣ ମହାରାଜ, ଆରଏସଏସର ବରିଷ୍ଠ ପ୍ରଚାରକ ତଥା ହିନ୍ଦୁସ୍ଥାନ ସମାଚାରର ପୂର୍ବତନ ସଂରକ୍ଷକ ଲକ୍ଷ୍ମୀ ନାରାୟଣ ଭାଲା ଯୋଗ ଦେବେ । କାର୍ଯ୍ୟକ୍ରମରେ କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ବିଜୟେନ୍ଦ୍ର ସରସ୍ୱତୀ ମହାରାଜ ଆଶୀର୍ବାଦ ଦେବେ । ହିନ୍ଦୁସ୍ଥାନ ସମାଚାର ସମୂହର ଅଧ୍ୟକ୍ଷ ଅରବିନ୍ଦ ଭାଲଚନ୍ଦ୍ର ମାର୍ଡିକର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ । ନିର୍ଦ୍ଦେଶକ ମଣ୍ଡଳର ସଦସ୍ୟ ପ୍ରଦୀପ ମଧୋକ ‘ବାବା’ ଅତିଥିଙ୍କ ସ୍ୱାଗତ କରିବେ ।
ହିନ୍ଦୁସ୍ଥାନ ସମାଚାରର ମୁଖ୍ୟ ସଂଯୋଜକ ତଥା ଉତ୍ତରପ୍ରଦେଶ ବ୍ୟୁରୋର ମୁଖ୍ୟ ରାଜେଶ ତିୱାରୀ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ପଞ୍ଚ ପ୍ରଣ, ଭାରତୀୟ ଭାଷା ଏବଂ ସମୃଦ୍ଧ ଭାରତ ବିଷୟ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହେବ । ହିନ୍ଦୁସ୍ଥାନ ସମାଚାର ସମୂହର ପାକ୍ଷିକ ପତ୍ରିକା ‘ଯୁଗବାର୍ତ୍ତା’ର ବିଶେଷାଙ୍କର ଲୋକାର୍ପଣ ମଧ୍ୟ କରାଯିବ । ବିଶେଷାଙ୍କରେ ଭାରତୀୟ ଭାଷା ଉପରେ ବିଦ୍ୱାନଙ୍କ ତଥ୍ୟମୂଳକ ଲେଖା ପ୍ରକାଶିତ କରାଯାଇଛି । ଏହି ଅବସରରେ 18 ଭାରତୀୟ ଭାଷାର ସାମ୍ବାଦିକ ଏବଂ ସାହିତ୍ୟିକଙ୍କୁ ସମ୍ମାନିତ କରାଯିବ ।