ଖୋର୍ଦ୍ଧା, ତିନି ଦିବ୍ୟାଙ୍ଗ ରାଜରାସ୍ତାରେ ଭିକ୍ଷା ବୃତ୍ତି କରୁଥିବା ଦେଖି ସେମାନଙ୍କୁ ସହାୟତାର ହାତ ବଢ଼ାଇ ଏବେ ଚର୍ଚ୍ଚାରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ । ଉପଜିଲ୍ଲାପାଳ ଶ୍ରୀ ସେଠୀ କୌଣସି କାମରେ ଭୁବନେଶ୍ୱର ଯାଉଥିବା ସମୟରେ ମୁକୁନ୍ଦପ୍ରସାଦ ରାସ୍ତାରେ ତିନି ଜଣ ଦିବ୍ୟାଙ୍ଗ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରୋଡରେ ଭିକ୍ଷା ମାଗୁଥିବର ଦୃଶ୍ୟ ଦେଖିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗଙ୍କ ଦୁଇ ଗୋଟି ଗୋଡ଼ ନଥିବାରୁ ସେ ରୋଡରେ ଗଡି ଗଡି ଭିକ୍ଷା ମାଗୁଥିଲେ ।ଏପରିକି ସାଙ୍ଗରେ ଥିବା ଅନ୍ୟ ଦୁଇ ଦିବ୍ୟାଙ୍ଗଙ୍କ ଗୋଟିଏ ଲେଖାଏଁ ଗୋଡ଼ ଥିଲା । ହେଲେ ହୁଇଲ ଚେୟାରରେ ଜଣେ ଦିବ୍ୟାଙ୍ଗ ବସିଥିବା ବେଳେ ଅନ୍ୟ ଜଣେ ଦିବ୍ୟାଙ୍ଗ ଟାଣ ଖରାରେ ହୁଇଲ ଚେୟାରକୁ ଠେଲି ଠେଲି ନେଉଥିଲେ । ସେମାନେ ରାଜ୍ୟ ବାହାରର ହୋଇଥିବା ଜଣାପଡିଥିଲା ।
ଏଭଳି ଦୃଶ୍ୟ ଦେଖି ଉପ ଜିଲ୍ଲାପାଳ ନିଜ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ପାଖକୁ ଯାଇଥିଲେ ।ଏମାନଙ୍କ ସହ କଥା ହେବା ପରେ ସମସ୍ତ ତିନି ଦିବ୍ୟାଙ୍ଗଙ୍କୁ ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ସମସ୍ତ ଦିବ୍ୟାଙ୍ଗ ମାନଙ୍କର କୃତିମ ଗୋଡ଼ ଲଗାଯାଇଥିଲା । ଏପରିକି ଉପଜିଲ୍ଲାପାଳ ଶ୍ରୀ ସେଠୀ ବ୍ୟକ୍ତିଗତ ଭାବେ ସେମାନଙ୍କ ଅନ୍ୟ ସୁବିଧା କରାଇ ଥିବା ଜଣାପଡିଛି ।