
କେନ୍ଦ୍ରାପଡ଼ା- ଓଡିଶା ଷ୍ଟେଟ୍ ଷ୍ଟାଫ୍ ସିଲେକ୍ସନ କମିଟିର କନିÂ କିରାଣୀ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ୨୩୯୫ ଜଣ ପରୀକ୍ଷାର୍ଥୀ ରବିବାର ପରୀକ୍ଷା ଦେଇଛନ୍ତି । କେନ୍ଦ୍ରାପଡା ସଦର ମହକୁମାରେ ୧୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା । ଏହି ପରୀକ୍ଷା ପାଇଁ ପୂର୍ବରୁ ଜିଲ୍ଲାର ୪୩୦୨ ଜଣ ଆବେଦନକାରୀ ନାମ ପଂଜୀକରଣ କରିଥିଲେ ମଧ୍ୟ ୨୩୯୫ ଜଣ ପରୀକ୍ଷା ଦେଇଛନ୍ତି । ସହରର କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ତୁଳସୀ ମହିଳା ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଭାରତୀ ବିଦ୍ୟାମନ୍ଦିର, କେନ୍ଦ୍ରାପଡା ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ଇଚ୍ଛାପୁର ହାଇସ୍କୁଲ, ଗରାପୁରର ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ହାଇସ୍କୁଲ୍, କେନ୍ଦ୍ରାପଡା ପବ୍ଲିକ ସ୍କୁଲ୍ ପ୍ରଭୃତି ୧୦ଟି ସ୍କୁଲରେ ସେଂଟର କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ସଂସ୍କୃତି ଅଧିକାରୀ ଭରତ ଚନ୍ଦ୍ର ପରିଡା ଓ ବିଭାଗୀୟ ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ଗୁଡିକୁ ତଦାରଖ କରିବା ସହ ପରୀକ୍ଷା ପରିଚାଳନା କରିଥିଲେ ।