ପୁରୀ,ମଙ୍ଗଳବାର ଦିବା ୧୨ଘ ସମୟରେ ପୁରୀ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର, ଦକ୍ଷିଣ ଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ଚାରିଦ୍ଵାର ପ୍ରବେଶ ଓ ଅନ୍ୟାନ୍ୟ ଦାବି ସମ୍ବଳିତ ପୋଷ୍ଟର ଧରି କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ସୂଚନା ଅନୁସାରେ ଦାବିଗୁଡିକ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନରୁ ଭକ୍ତମାନଙ୍କୁ ବଂଚିତ କରାନଯାଉ, ଭକ୍ତ ଓ ଭଗବାନଙ୍କ ମଧ୍ଯରେ ଫାଟ ସୃଷ୍ଟି କରାନଯାଉ,ମହାପ୍ରଭୁଙ୍କୁ ଗୃହବନ୍ଦୀ ଭଳି ଅବସ୍ଥା ତୁରନ୍ତ ବନ୍ଦ କରାଯାଉ,ସୁରକ୍ଷା କର୍ମୀଙ୍କୁ ଆଚରଣ ବିଧି ଶିକ୍ଷା ଦିଆଯାଉ,ଶ୍ରୀ ମନ୍ଦିର ଚାରିଦ୍ଵାର ଭକ୍ତମାନଙ୍କ ଯିବା ଆସିବା ନିମନ୍ତେ ଆଜିଠାରୁ ଖୋଲାରହୁ, ପ୍ରଶାସନ ଭକ୍ତମାନଙ୍କ ଉପରେ କରୁଥିବା ଅତ୍ୟାଚାର ଅବିଳମ୍ବେ ବନ୍ଦ କରୁ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମଧ୍ୟ ମହାପ୍ରଭୁଙ୍କର ଅତିଥି ତେଣୁ ଅତିଥି ଦେବୋ ଭବଃ ନୀତି ପ୍ରଶାସନ ପାଳନ କରୁ, ମହିଳା ଭକ୍ତଙ୍କ ପାଇଁ ଚାରିଦ୍ଵାର ନିକଟରେ ସୁବିଧା କରାଯାଉ, ଶ୍ରୀଜଗନ୍ନାଥ ମନ୍ଦିର ଅବ୍ୟବସ୍ଥାକୁ ସୁଧାରି ନପାରିଲେ ରାଜ୍ଯ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସଙ୍ଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |
ଏହି କାର୍ଯ୍ୟକ୍ରମରେ ସୁଜିତ ମହାପାତ୍ର ଙ୍କ ନେତୃତ୍ବ ରେ ଶତାଧିକ କଂଗ୍ରେସ କର୍ମୀ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ଉଦ୍ୟମ କରିଥିଲେ ଯାହା ଉପସ୍ଥିତ ପୋଲିସ ବାହିନୀ ଦ୍ଵାରା ଅବରୋଧ କରାଯାଇଥିଲା ଓ ପ୍ରବେଶ କରିବାକୁ ଅବରୋଧ କରାଯିବା ଫଳରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଂପାଦକ ବିଶ୍ବନାଥ ଦାଶ ଓ ଅନ୍ୟମାନେ ତଳେ ବସି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରିଥିଲେ ।କାର୍ଯ୍ୟକ୍ରମରେ ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ସ୍ବାଧୀନ କୁମାର ପଣ୍ଡା, ଉମାକାନ୍ତ ବେହେରା, ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଚେତନ ମିଶ୍ର, ପୁରୀ ସଦର ଯୁବ କଂଗ୍ରେସ ଉପସଭାପତି ମନୋଜ କୁମାର ବେହେରା, ଗୋପାଳକୃଷ୍ଣ ମହାପାତ୍ର, ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ର, ପୁରୀ ସଦର ବିଧାନସଭା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।