ଭୁବନେଶ୍ୱର, ଓଡ଼ିଶାରେ ସଚିବ ମାନଙ୍କ ରାଜ ଚାଲିଛି । ଯେଉଁମାନେ ନିର୍ବାଚିତ ହୋଇକି ଆସିଛନ୍ତି ବିଧାୟକ, ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଙ୍କର କୌଣସି ଆଉ କ୍ଷମତା ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ କହିଛନ୍ତି, ରାଜ୍ୟର ସବୁ କ୍ଷମତା ମୁଖ୍ୟତଃ ଜଣେ ସଚିବ ହାତରେ କେନ୍ଦ୍ରୀଭୂତ ହୋଇଛି । ଦୁର୍ଭାଗ୍ୟ ହେଉଛି ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି । ରାଜ୍ୟରେ ଆଉ ଗଣତନ୍ତ୍ରର ଶାସନ ଚାଲୁନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଜଣେଇଲେ କାମ ହେଉନି କିନ୍ତୁ ସଚିବଙ୍କୁ ଜଣେଇଲେ କାମ ହେଇ ଯାଉଛି । ଏହାର ଅର୍ଥ କଣ ଲୋକେ ବୁଝିବେ ବୋଲି ସେ କହିଛନ୍ତି ।