ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢ଼ଣୀ ଉପହାର ସ୍ୱରୂପ ଦେଇଛନ୍ତି । ଗୁଜରାଟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶାଗୁଆନ କାଠ ବାକ୍ସରେ ଶ୍ରୀ ମୋଦୀ ଏହି ଉପହାର ଦେଇଛନ୍ତି ।
ଓଡ଼ିଶାର ଉଚ୍ଚକୋଟ୍ଟୀର ଶିଳ୍ପୀଙ୍କ ଦ୍ୱାରା ଏହି ଇକ୍କତ ଓଢ଼ଣୀ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏକ ପାରମ୍ପରିକ ତୁତ ରେଷମ ବା ମଲବେରୀ ସିଲ୍କ ଓଢ଼ଣୀ ଯାହାକି ଉତ୍କୃଷ୍ଟ ଇକ୍କତ ପଦ୍ଧତି ଉପଯୋଗ କରି ବୁଣାଯାଇଛି । ଇକ୍କତ ହେଉଛି ରେଶମ କିମ୍ବା ସୂତାରେ କରାଯାଉଥିବା ଏକ ସୂକ୍ଷ୍ମ ରଙ୍ଗ ପ୍ରକ୍ରିୟା । ଏଥିରେ ସୂତାର ନିର୍ଦ୍ଦିଷ୍ଟ ଭାଗକୁ ବାନ୍ଧିବା ସହ ରଙ୍ଗ କରାଯାଇଥାଏ ଯେଉଁଥିରେ ବନ୍ଧା ହୋଇଥିବା ଭାଗକୁ ସ୍ପର୍ଶ ନକରି ବିଭିନ୍ନ ରଙ୍ଗର ଆକୃତି ଅଙ୍କା ଯାଇଥାଏ ।
ଏହି ସୂତାଗୁଡ଼ିକ ପରସ୍ପର ସହ ମିଶିବା ଫଳରେ ଏକ ଉଜ୍ଜ୍ୱଳ କପଡ଼ା ତିଆରି କରନ୍ତି ଯାହାର ଗାଢ଼ ପୃଷ୍ଠଭୂମି ଉପରେ ଇଷତ୍ ଧଳା ଆକୃତି ସବୁ ସୃଷ୍ଟି ହୋଇଥାଏ । ଇକ୍କତ କାରିଗରୀରେ ସୂକ୍ଷ୍ମତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଥିବା ଶିଳ୍ପୀଙ୍କ ଠାରୁ ଉତ୍ପତି ହୋଇଥିବା ଇକ୍କତ କଳା ଓଡ଼ିଶା ମାଟିରେ ଅଧିକ ବିକଶିତ ଓ ସମୃଦ୍ଧ ହୋଇଛି ।
ଅନ୍ୟପଟେ ଇକ୍କତ ଓଢ଼ଣୀକୁ ଯେଉଁ ବାକ୍ସରେ ଦିଆଯାଇଛି ତାହାକୁ ଗୁଜରାଟର କାରିଗରମାନେ କଠିନ ଓ ଦୀର୍ଘସ୍ଥାୟୀ ଶାଗୁଆନ କାଠରେ ସୁନ୍ଦର କାରୁକା