କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଦିବା 10 ଘଟିକା ସମୟରେ ପୁରୀ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସଦର ର ନୂତନ ପେନସନ ଭୁକ୍ତ ଶିକ୍ଷକ ମାନେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଆୟୋଜିତ ଦେଇଥିଲେ । ଶିକ୍ଷକମାନଙ୍କର 3ଦଫା ଦାବି 1- ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି ଉଚ୍ଛେଦ ଓ 6 ବର୍ଷ ଠିକା ସମୟକୁ ମୂଳ ଚାକିରିରେ ଗଣନା କରିବା, 2-କେନ୍ଦ୍ରୀୟ ହାରରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ପ୍ରଦାନ 3- ପୁରୁଣା ପେନସନ ବ୍ଯବସ୍ଥାର ପ୍ରଚଳନ ଦାବୀ କରିଛନ୍ତି |ଘଟଣା ସ୍ଥଳରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପହଞ୍ଚି ସମର୍ଥନ କରିବା ସହିତ ଦାବିଗୁଡିକ ବିଧାନ ସଭାରେ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |
ଏହି ମୂଖ୍ଯ ଦାବି ଗୁଡିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପୁରୀ ସଦର ବ୍ଲକ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୂଖ୍ଯମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ସରକାର ଉକ୍ତ ଦାବିକୁ ସହୃଦୟତାର ସହ ବିଚାର ନ କରନ୍ତି ବା ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ସମସ୍ତ ନୂତନ ପେନସନ ଭୁକ୍ତ ଶିକ୍ଷକ ମାସ୍ ଲିଭ୍ ରେ ରହିବେ। ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ସଂଘ ଦାବୀ କରିଛି। ସଭାପତି ସଂପାଦକ ଓ ସମସ୍ତ କର୍ମକର୍ତ୍ତା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଧାରଣା ଦେଇଛନ୍ତି।
Related Stories
November 22, 2024