କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଜିଲ୍ଲାର ବିକାଶ ଓ ଉନ୍ନତି ପାଇଁ ଅନେକ ବ୍ୟବସ୍ଥା କରାଯାଇଛି।ଏହାକୁ ଆଗକୁ ନେବା ଓ ନୂତନ ଯୋଜନା କୁ କାର୍ଯ୍ୟକାରୀ କରିବାରେ ଜିଲ୍ଲା ଯୋଜନା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନିରଞ୍ଜନ ପୂଜାରୀ।ଅପରାହ୍ନ ରେ ଜିଲ୍ଲା ପରିଷଦ ସଭାଗୃହ ପରିସରରେ ପୁରୀ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନା ପୁସ୍ତିକା କୂ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ପୂଜାରୀ ପୁରୀ ଜିଲ୍ଲା ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟି ରୁ ଏକ ସ୍ୱତନ୍ତ୍ର ସ୍ଥାନ ର ଅଧିକାରୀ ହୋଇ ଥିବାରୁ ଏଥି ପ୍ରତି ସମସ୍ତେ ଯତ୍ନବାନ ରହିବା ସହ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱାସ୍ଥ୍ୟ ସେବା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାର ବିସ୍ତୃତ ଯୋଜନା ରେ ୯ ଟି ପ୍ରମୁଖ ବିଭାଗର ୧୩୯୦୧୭.୯୭ ଲକ୍ଷ ଟଙ୍କାର ପ୍ରସ୍ତାବ କୁ ମଞ୍ଜୁରୀ ମିଳିଥିବା ବେଳେ କୃଷି ରେ ୪୬୯୦.୧୪ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ୨୯୭୦୭.୪୬ ଲକ୍ଷ,ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ୮୦୧୦ ଲକ୍ଷ,ଶକ୍ତି ବିଭାଗ ୮୮୦ ଲକ୍ଷ,ଶିଳ୍ପ ଓ ଖଣି ୫୯୩.୧୩ ଲକ୍ଷ, ରାସ୍ତା ଓ ପରିବହନ ୨୨୨୭୭.୦୬ ଲକ୍ଷ,ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ ପାଇଁ ୩୫୮.୦୨ ଲକ୍ଷ, ସାଧାରଣ ଅର୍ଥ ନୈତିକ ସେବା ରେ ୧୯୭୦ ଲକ୍ଷ ଓ ସାମାଜିକ ସେବା ପାଇଁ ୭୦୫୩୨.୧୬ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି। ସେହିପରି ୨୦୨୩-୨୪ ବର୍ଷ ପାଇଁ ୯ ଟି ବିଭାଗ ପାଇଁ ୧୫୨୭୨୨.୭୮ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି।କୃଷି ରେ ୫୧୫୯.୧୬ଲକ୍ଷ, ଗ୍ରାମ୍ୟ ଉନ୍ନୟନ ର ୩୨୬୭୮.୨୧ ଲକ୍ଷ,ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ୮୮୧୧ ଲକ୍ଷ,ଶକ୍ତି ବିଭାଗ ୯୬୮ ଲକ୍ଷ ଶିଳ୍ପ ଓ ଖଣି ୬୫୨.୪୪ଲକ୍ଷ, ରାସ୍ତା ଓ ପରିବହନ ୨୪୫୦୪.୭୭ ଲକ୍ଷ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ ପାଇଁ ୩୯୩,୮୨ ଲକ୍ଷ, ସାଧାରଣ ଅର୍ଥ ନୈତିକ ସେବା ରେ ୧୯୭୦ ଲକ୍ଷ ଓ ସାମାଜିକ ସେବା ପାଇଁ ୭୭୫୮୫.୩୮ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି। ଏହି ବୈଠକରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ ,ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୁରୀ ଓ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି,ଅନ୍ୟାନ୍ୟ ବିଧାୟକ ମାନଙ୍କ ପ୍ରତିନିଧି ଓ ଯୋଜନା କମିଟି ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଜିଲ୍ଲା ଯୋଜନା ବିଭାଗର ଉପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅର୍ଥ ପରାମର୍ଶଦାତା ବିଶ୍ୱରଞ୍ଜନ ଜେନା ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ବିବିଧ ତଥ୍ୟ ଉପସ୍ଥାପନ କରିଥିଲେ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।
Related Stories
November 22, 2024