ଭଦ୍ରକ – ଦୀପାବଳି ପଡିଥିଲା ରବିବାର ଦିନ। ଏପରିକି ଭଦ୍ରକ ଜିଲା କାଳୀ ପୂଜା ପାଇଁ ପ୍ରସିଦ୍ଧ ହୋଇଥିବାରୁ ଲୋକାଲ ହୋଲି-ଡେ ତା ପରଦିନ ନିୟମ ଅନୁସାରେ ନେବାକୁ ଶିକ୍ଷକ ସଂଘ ଦାବି କରିଥିଲା। ପରୀକ୍ଷା ଦୁଇଦିନ ପରେ ଥିବା ଏବଂ ପରୀକ୍ଷା ପ୍ରଶ୍ନପତ୍ର ସଠିକ୍ ଭାବରେ ଜିଲାରେ ପହô ପାରିନଥିବାରୁ ହଇଚଇ ସୃଷ୍ଟି ହୋଇଥିଲା। ଶିକ୍ଷକମାନଙ୍କୁ ଅନୁରୋଧ କରି ପରୀକ୍ଷା ପରେ ଲୋକାଲ ହୋଇ-ଡେ ଛୁଟି ନେବାକୁ ଅଧିକାରୀ ନିବେଦନ କରିବା ପରେ ପରୀକ୍ଷା ଅବ୍ୟବସ୍ଥା ଚାପି ଯାଇଥିଲା। ଏବେ ଏହି ଛୁଟି ନେବାକୁ ଆଜି ପ୍ରାଥମିକ ଶିକ୍ଷକ ସଂଘ ଅଡି ବସିଥିବା ବେଳେ ତିହିଡି ବ୍ଲକ୍ ଶିକ୍ଷାଧିକାରୀ ସ୍କୁଲ ଖୋଲିବାକୁ ଜବରଦସ୍ତିଆ ମେସେଜ୍ ଦେଲେ। ଏହାକୁ ନେଇ ଏବେ ବିରାଟ ବଡ ଫାଟ ସୃଷ୍ଟି ହୋଇଛି। ଗତକାଲି ଡିସେମ୍ବର ୨୧ ତାରିଖ ଶନିବାରିଆ ସ୍କୁଲ ହୋଇଥିଲେ ବି ଶିକ୍ଷକ ସଂଘ ଡାକରାରେ ୬୮ ଟି ବିଦ୍ୟାଳୟ ତାଲା ପଡିଥିବାବେଳେ ବାକି ବିଦ୍ୟାଳୟ ଖୋଲା ରହିଥିଲା। ନିଜେ ବିଇଓ ଅନୁପସ୍ଥିତ ଥିଲେ ବି ଏହି ଖବର ଶୁଣି ଦିନ ୧୦ ଟାରେ ମେସେଜ୍ ଦେଲେ ସକାଳେ ନହେଲେ ବି ଦିନରେ ସ୍କୁଲ ଖୋଲାଯାଇପାରିବ। ଗତକାଲି ଶନିବାରିଆ ତାହା ପୁଣି ସକାଳିଆ ସ୍କୁଲ ଥିଲେ ମଧ୍ଯ ତିହିଡି ବ୍ଲକ୍ର ୨୪୯ ଟି ସ୍କୁଲ ମଧ୍ଯରୁ ୬୮ ଟି ସ୍କୁଲ ତାହା ପଡିଥିବାବେଳେ ବାକି ସ୍କୁଲ ଖୋଲାରଖô ଦିନ ୧୨ ଟା ବେଳେ ଛୁଟି କରିଥିଲେ। କିନ୍ତୁ ବିଇଓଙ୍କ ମେସେଜ୍ ପରେ ସ୍କୁଲ ଖୋଲି ନଥିବା କିଛି ଶିକ୍ଷକ ଦିନ ୧୨ ଟା ୪୬ ମିନିଟ୍ରେ ମିଛ ମେସେଜ୍ ଜରିଆରେ ମଧ୍ଯାହ୍ନ ଭୋଜନ ରୋଷେଇ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି। ଯାହାକି ଏବେ ବିବାଦୀୟ ଆଡକୁ ଏହି ଛୁଟି ଘଟଣା ମୁହାଇଁଛି। ମିଳିଥିବା ତଥ୍ୟ ଅନୁଯାୟୀ ସ୍ଥାନୀୟ ଛୁଯିକୁ କେନ୍ଦ୍ରକରି ବ୍ଲକ୍ ଶିକ୍ଷାଧିକାରୀ ଓ ତିହିଡି ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ମଧ୍ଯରେ ମତାନ୍ତର ସୃଷ୍ଟି ହୋଇଛି। ଶିକ୍ଷକ ସଂଘର କହିବାନୁସାରେ ତିହିଡି ବ୍ଲକ୍ର ପ୍ରାଥମିକ ବିଦ୍ୟାଳୟ ଗୁଡିକ ୨୧ ତାରିଖ ଦିନଟି ସ୍ଥାନୀୟ ଛୁଟି ଓ ୨୩ ତାରିଖ ଦିନଟି ପରିଦର୍ଶନ ଛୁଟି ଭାବେ ନେଇପାରିବେ ବୋଲି ଚଳିତ ମାସ ୧୯ ତାରିଖ ଦିନ ଅତିରିକ୍ତ ଶିକ୍ଷାଧିକାରୀ ଅନୀଲ ନାୟକଙ୍କ ମେସେଜ୍ ମାଧ୍ଯମରେ ସୂଚନା ଦେଇଥିଲେ। ସେହିପରି ପରଦିନ ଅର୍ଥାତ୍ ୨୪ ତାରିଖରୁ ଏକ୍ସ ମାସ ଛୁଟି ୧ ତାରିଖ ଯାଏଁ ବଳବର ରହିବ ବୋଲି ମଧ୍ଯ ଶ୍ରୀ ନାୟକ ସୂଚନା ଦେଇଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ମଧ୍ଯ ଲିଖôତ ଭାବେ ଅବଗତ କରାଯାଇଥିଲା। ସରକାରୀ ସ୍ତରରେ ରବିବାର ଏକ ଜାତୀୟ ଛୁଟି ହୋଇଥିବାରୁ ୨୧ ତାରିଖକୁ ସ୍ଥାନୀୟ ଛୁଟି ଓ ୨୩ ତାରିଖକୁ ପରିଦର୍ଶନ ଛୁଟି ନେବା ଲାଗି ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବାବେଳେ ରବିବାରକୁ ଛୁଟି ମଧ୍ଯରେ ହିସାବ କରିବାକୁ ନିଦ୍ର୍ଧେଶ ପ୍ରଦାନ କରିବା ଦୁଃଖଦାୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସେହିପରି ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କ୍ରମେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବା ପରେ ବ୍ଲକ୍ ଶିକ୍ଷାଧିକାରୀ ପ୍ରଥମେ ମେସେଜ୍ କରିବା ପରେ ପୁଣି ଶେଷ ମୁହୂର୍ରେ ଅନ୍ୟପ୍ରକାର ମେସେଜ୍ କରିବା ଅତି ଦୁଃଖର କଥା ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିସ୍ଥଳେ ବ୍ଲକ୍ ଶିକ୍ଷାଧିକାରୀ ୨୧ ତାରିଖକୁ ଶେଷ କାର୍ଯ୍ୟ ଦିବସ ବୋଲି କହିବା ଓ େଯଉଁମାନେ ୨୧ ତାରିଖରେ ସକାଳୁଆ ସ୍କୁଲ କରିନପାରିଲେ ସେମାନେ ପୂର୍ବାହ୍ନରେ ସ୍କୁଲ ଖୋଲିବାକୁ ମେସେଜ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘର କର୍ମକର୍ା ମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଧାମନଗର ବିଇଓ ପବିତ୍ର ମୋହନ ବାରିକ ତିହିଡି ବ୍ଲକ୍ର ଅତିରିକ୍ତ ବିଇଓ ଭାବେ ଦାୟିତ୍ବ ନେଇଥିଲେ। ତାଙ୍କୁ ଜଏନ୍ ନକରାଯାଉ ବୋଲି ତିହିଡି ପ୍ରାଥମିକ ଶିକ୍ଷକ ସଂଘ ଗତମାସ ଡାକରା ଦେଇଥିବାରୁ ଏବେ ଏହି ବିବାଦ ତୀବ୍ର ହେବାରେ ଲାଗିଛି। ଏ ବାବଦରେ ବିଇଓ ଶ୍ରୀ ବାରିକଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ୍ ନମ୍ବରରେ ବାରମ୍ବାର େଯାଗାେଯାଗ କରାଯାଇଥିଲେ ମଧ୍ଯ ତାହା ସୁଇଚ୍ ଅଫ୍ ଥିବାରୁ ମତାମତ ମିଳିପାରିନାହó।
Related Stories
October 25, 2024