ବଲାଙ୍ଗିର ,ବଲାଙ୍ଗୀର ସଦର ବ୍ଲକ ବୈଦିପାଲି ଗ୍ରାମ ପଞ୍ଚାୟତ ଫୁଲଝରଣ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଦର ବ୍ଲକର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅଚ୍ୟୁତ ଧରୁଆ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ,ସମ୍ମାନିତ ଅତିଥି ଭାବରେ ନିମେଇ ଝାଙ୍କର ଯୋଗଦେଇ ସଂଘର ନୀତି ନିୟମ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଆଦିବାସୀ ମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା, ଜଙ୍ଗଲ ଜମି ଅଧିକାର ଆଇନ ରେ ଆଦିବାସୀ ମାନଙ୍କୁ ପଟ୍ଟା ପ୍ରଦାନ କରିବା, ଆବାସ ଯୋଜନାରେ ଆଦିବାସୀ ମାନଙ୍କୁ ଘର ଯୋଗେଇଦେବା,ଆଦିବାସୀ ସେବାଶ୍ରମ କନ୍ୟାଶ୍ରମ ର ସୁବ୍ୟବସ୍ଥା, ଅନ୍ୱେଷା ହଷ୍ଟେଲରେ ଛାତ୍ରଛାତ୍ରୀ ସୁବ୍ୟବସ୍ଥା କରିବା, ଅଣ ଆଦିବାସୀ କବଜାରେ ଥିବା ଆଦିବାସୀ ଜମି ଫେରେଇବା,ସେବାଶ୍ରମ କନ୍ୟାଶ୍ରମ ଓ ଅନ୍ୱେଷା ହଷ୍ଟେଲରେ ଖାଲିଥିବା ପଦବୀ ପୂରଣ କରିବା ସହ ସେବାଶ୍ରମ କନ୍ୟାଶ୍ରମ ଓ ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀ ଙ୍କ ସିଟ ବୃଦ୍ଧି, ବଲାଙ୍ଗୀର ପଥରଚେପା ଅନ୍ୱେଷା ହଷ୍ଟେଲକୁ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର କରିବା, ଆଦିବାସୀ ମାନଙ୍କ ସଭା ସମିତି କରିବା ପାଇଁ ବଲାଙ୍ଗୀର ସଦର ର ଯେକୋୖଣସି ସ୍ଥାନରେ ଆଦିବାସୀ କଲ୍ୟାଣ ଭବନ ଓ ମ୍ୟୁଜିୟମ ନିର୍ମାଣ କରିବା , ଏଟରୋସିଟି କେସ କୁ କଡ଼ାକଡ଼ି କରି ଆଦିବାସୀ ଉପରେ ଅନ୍ୟାୟ ଅତ୍ୟାଚାର କରୁଥିବା ଅପରାଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇ ବଲାଙ୍ଗୀର ସଦର ବ୍ଲକ ର କମିଟିକୁ ନୂତନ ଭାବେ ଗଠନ କରାଗଲା । ସର୍ବ ସମ୍ମତି କ୍ରମେ ବ୍ଲକ ସଭାପତି ଭାବେ ଶ୍ରୀ ପାଳେଶ୍ୱର ଭୋଇ,ସମ୍ପାଦକ ଯୁଗଳ କିଶୋର ବରିହା, ସହ ସମ୍ପାଦକ ରାଜ କିଶୋର ଭୋଇ,ଉପସଭାପତି ଅଚ୍ୟୁତ ଧରୁଆ,କୋଷାଧ୍ୟକ୍ଷ ଗୋପାଳ ଜୁଏଡ଼ ଏବଂ ଉପଦେଷ୍ଟା କମିଟିରେ ସରୋଜ ଭୋଇ,କୁଶ ବରିହା, ନିମାଇଁ ଚରଣ ଝାଙ୍କର,ମାଧ ବରିହା,ସୁରେଶ ବରିହା,ସମାରୁ ଭୋଇ,ଲୋକେଶ୍ୱର ଭୋଇ,ବିଭିଷଣ ଭୋଇ,ଶରତ ଭୋଇ,ପ୍ରେମରାଜ ଧରୁଆ,ଦିଲ୍ଲୀପ ମଲ୍ଲିକ ଙ୍କୁ ମନୋନୀତ କରାଗଲା । ପରେ ନୂତନ କମିଟିର ସମସ୍ତ ନେତୃ ମଣ୍ଡଳ ଆଦିବାସୀ ସଂଘର ସାମୁହିକ ବିକାଶ ପାଇଁ ଶପଥ ପାଠ କରିଥିଲେ । ଶ୍ରୀ କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାରେ ବଲାଙ୍ଗୀର ସଦର ବ୍ଲକର ୨୫ଗୋଟି ପଞ୍ଚାୟତରୁ ଶତାଧିକ ଆଦିବାସୀ ନେତୃବୃନ୍ଦ ଉପସ୍ଥିତ ଥିଲେ ।
Related Stories
December 21, 2024