ଖୋର୍ଦ୍ଧା,ସୋମବାର ଚିଲିକାରୁ ନାଭାଲ ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ।ଉଦ୍ଧାର ଯୁବକ ଜଣକ ହେଲେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦)।ସୂଚନା ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିଲେ।ହେଲେ ଅସବଧାନତା ହେତୁ ଚିଲିକା ପାଣିରେ ପଡି ଯାଇଥିଲେ। ତେବେ ରାତି ସାରା ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବାସୁଦେବଙ୍କର କୌଣସି ପତା ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ।
ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି।