
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀରୁ ଭୁବନେଶ୍ବର ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ବଳାଚଳ କରୁଥିବା ଧିକାଂଶ ଯାତ୍ରୀବାହି ବସ୍ରେ ଯାତ୍ରୀ ମାନଙ୍କୁ ମୌଳିକ ସୁବିଧା ମିଳୁନାହିଁ । ଅଧିକାଂଶ ଯାତ୍ରାଙ୍କୁ ମୁଦ୍ରିତ ସ୍ଭଡ଼ା ଟିକଟ ଦିଆଯାଇ ନାହିଁ । ଆଶୁ ଚିକିତ୍ସା ବାକ୍ସଗୁଡିକ ଦୀର୍ଘ ଦିନ ଧରି ଖାଲି ରହିଛି ।ଏଥି ହିତ କୌଣସି ବସ୍ରେ ଯାତ୍ରାଭଡା ତାଲିକା ଲଗାଯାଇ ନାହିଁ । ଏହାର ସୁଯୋଗ ନେଇ ଅନେକ ଯାତ୍ରୀବାହୀ ବସ୍ ନିର୍ବାଚିତ ଭଡା ଠାରୁ ଅଧୂକ ଭଡା ଆଦାୟ କରୁଛନ୍ତି ।ବହୁ ଯାତ୍ରୀବାହୀ ବସ୍ରେ ମହିଳା, ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍ ସଂରକ୍ଷିତ ସମ୍ପର୍କିତ ସୂଚନା ଦିଆଯାଇ ହିଁ ।ସେଥିପାଇଁ ବସରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଯାତ୍ରୀଙ୍କ ନିକଟରୁ ର୍ଯ୍ୟ ଭଡା ପରିବର୍ତ୍ତେ ଅଧିକ ଭଡା ଆଦାୟ କରୁଥିବା ବସ୍ ମାଲିକ କିମ୍ବା କଣ୍ଡକ୍ଟରଙ୍କ ବିରୋଧରେ ଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏକ୍ଷେତ୍ରରେ ପରିବହନ ଭାଗ ଅଧିକାରୀଙ୍କ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ପୁରୀରୁ କଲିକତା,ଭୁବନେଶ୍ବର, ଟକ, ସାତପଡା, ରାମେଶ୍ବର, ଅସ୍ତରଙ୍ଗ, କୋଣାର୍କ, ନିମାପଡା, ବଳଙ୍ଗା, ଅଳଗୁମ, ଗୋପ, କଟପୁରକୁ ଯାତାୟାତ କରୁଥିବା ବହୁ ଯାତ୍ରୀବାହୀ ବସ୍ର ବୈଧ ପରମିଟ୍ କିମ୍ବା ଫିଟ୍ନେସ ଥିବା ଜଣାପଡିଛି । ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଝିରେ ମଝିରେ କିଛି ବସ୍ ଞ୍ଚ କରାଯାଇ ଜୋରିମାନା ଆଦାୟ କରାଯାଉଛି । ବେଆଇନ ଭାବେ ଅଧିକ ଯାତ୍ରାଭଡା ଆଦାୟ କରୁଥିବା ଏବଂ ଯାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଉ ନଥିବା ଅଧିକାଂଶ ବସ୍ ମାଲିକଙ୍କୁ ସୁରକ୍ଷା ଆଯାଉଥିବା ଅଭିଯୋଗ ହୋଇଛି। ପ୍ରଭାବଶାଳୀ ବସ୍ ମାଲିକଙ୍କ ଚାପରେ ପରିବହନ ବିଭାଗ ନିରବ ରହୁଥିବା ଅଭିଯୋଗ ହୋଇଛି । ପରିବହନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ ରିଷ୍ଠ ଅଧିକାରୀ ଏହିସବୁ ଅଭିଯୋଗର ଯଥାଶୀଘ୍ର ତଦନ୍ତ କରିବା ସହ ଅଧିକ ଯାତ୍ରୀଭଡା ଆଦାୟ ରୁଥିବା ଏବଂ ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରୁଥିବା ବସ୍ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଆଞ୍ଚଳିକ ପରିବହନ ଅଧିକାରୀ ରବିନ ନାୟକ କହିଛନ୍ତି, ଯାତ୍ରୀବାହୀ ବସ୍ଗୁଡ଼ିକୁ ନିୟମିତ ଯାଞ୍ଚ କରାଯାଉଛି । କିଛି ବସ୍ ମାଲିକ ଅଧିକ ଭଡ଼ା ଆଦାୟ କରୁଥିବା ଓ ଦର ତାଲିକା ଲଗାଇ ନଥିବା ଅଭିଯୋଗ ମିଳିଛି । ଯାତ୍ରୀଙ୍କୁ ଟିକଟ ଦେବା ଆଇନର ଉଲ୍ଲଙ୍ଘନ । ଖୁବ୍ଶୀଘ୍ର ସୂତନ୍ତ୍ର ଦଳ ଗଠନ କରାଯାଇ ଚଢଭ କରାଯି