କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନୀଳାଦ୍ରୀ ଭେଳାଭୂମି ପରିସରରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ କରିବା ପାଇଁ ସମ୍ପର୍କ ସାହିତ୍ୟର ମାସିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ l ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଦାମୋଦର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୁରେଶ କୁମାର ପଟ୍ଟନାୟକ ଆଲୋଚନାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ଏହି ଅବସରରେ ମତ ପ୍ରକାଶ ପାଇଥିଲା ଶୃଙ୍ଖଳିତ ସମାଜ ଗଠନ ପାଇଁ ସାହିତ୍ୟ ଚର୍ଚ୍ଚା ଓ କବିତା ପାଠ ମାଧ୍ୟମରେ ଯୁବବର୍ଗଙ୍କୁ ସାମିଲ କରିପାରିଲେ ଶୃଙ୍ଖଳା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଯାଇପାରିବ l ମାତୃଭାଷା ଆମର ପରିଚୟ, ଆମେ ତାହାକୁ ସଚେତନତା ମାଧ୍ୟମରେ ସମୃଦ୍ଧ କରିବା ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି l ଏଥିରେ ବିଜୟ ଲକ୍ଷ୍ମୀ ଦାଶ, ଡାକ୍ତର ପ୍ରମିଲ କୁମାର ନନ୍ଦ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ଉପେନ୍ଦ୍ରନାଥ ସାହୁ, ମଞ୍ଜୁଶ୍ରୀ ମିଶ୍ର, ନାରାୟଣ ନନ୍ଦ, ରୋଜାଲିନ ପଣ୍ଡା, ଅଶୋକ କୁମାର ମିଶ୍ର, ଅଧ୍ୟାପିକା ସୁଚିସ୍ମିତା ମହାନ୍ତି, ସଂଗ୍ରାମ ମିଶ୍ର ଓ ଉର୍ମିଳା ସାମନ୍ତରା ପ୍ରମୁଖ ଅଂଶଗ୍ରହଣ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନିଜସ୍ୱ ମତ ପ୍ରଦାନ କରିଥିଲେ l ପରିଶେଷରେ ଅନୁଷ୍ଠାନର ସମ୍ପାଦିକା ପ୍ରଭାସିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 22, 2024